State

ପାଣିପାଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳସମ୍ପଦ ବିଭାଗର ସଚେତନତା ଶିବିର 

  ତିର୍ତ୍ତୋଲ –: କୃଷି ଓ କୃଷକ ମାନଙ୍କର ସୁବିଧା ପାଇଁ କିପରି ସହଜ ଓ ଉତ୍ତମ ଭାବେ ଜଳ ସେଚନ କାର୍ଯ୍ୟ ହୋଇପାରିବ ସେଥିପାଇଁ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣିପାଞ୍ଚାୟତ ପକ୍ଷ ପାଳନ କରାଯାଇଛି ! ଏହି ସଭାରେ ଇଂ ରାଜେଶ କୁମାର ମହାନ୍ତି ଅଧିକ୍ଷଣ ଯନ୍ତ୍ରୀ ମହାନଦୀ ଦକ୍ଷିଣ ବିଭାଜନ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ! ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ନିମକଣା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଜୀବନଜ୍ୟୋତି ସେନ ଏବଂ ସମ୍ମାନିତ ଅତିଥି ଥିଲେ ତିର୍ତ୍ତୋଲ କୃଷି ଅଧିକାରୀ ପୁର୍ଣ୍ଣେନ୍ଦୁ ଆଚାର୍ଯ୍ୟ !ଏହି ଅବସରରେ ଅତିଥିମାନେ କୃଷି କୃଷକ ଙ୍କ ଉନ୍ନତି ଓ ବିକାଶ ଉପରେ ଆଲୋକପାତ କରିଥିଲେ !ପାଣିପାଞ୍ଚାୟତ ଦ୍ୱାରା ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ଉପରେ ବକ୍ତାମାନେ ଗୁରୁତ୍ୱ ଦେଇ ଚାଷୀ ମାନଙ୍କୁ ଉଦବୋଧନ ଦେଇଥିବାର ଦେଖିବାକୁ ମିଳିଥିଲା ! ପାଣିପାଞ୍ଚାୟତ ସଚେତନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଜିଲ୍ଲା ର ଶ୍ରେଷ୍ଠ ପାଣି ପଂଚାୟତ ଭାବେ ଗୋବିନ୍ଦପୁର ପାଣି ପଂଚାୟତ ଓ ଜିଲ୍ଲାର ଷୋହଳ ଜଣ ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କରାଯିବା ସହିତ ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା, ଏହି ସଭାରେ ଶତାଧିକ ଚାଷୀମାନେ ଯୋଗ ଦେବା ସହିତ ଚାଷୀ ପ୍ରତିନିଧି ମାନେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ କରିଥିଲେ ! ଜଗତସିଂହପୁର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ନାୟକ ସ୍ୱାଗତ ଭାଷଣ ଓ ସମାଗୋଳ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ନରେନ୍ଦ୍ରନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ !ଉପସ୍ଥାପକ ଅମର ଜ୍ୟୋତି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ କୁ ଇଂ ପୂର୍ଣଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ ! ଅନ୍ୟ ସମସ୍ତ କାର୍ଯ୍ୟରେ ମଣିଜଙ୍ଗା ଓ ସମାଗୋଳ ସବଡିଭିଜନ ର ସମସ୍ତ ସହକାରୀଯନ୍ତ୍ରୀ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button