State

କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହେଲାକେନ୍ଦ୍ରାପଡାରେ

କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ପାଳିତ ହୋଇଯାଇଛି।ତେବେ ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ୍ୟା ଶ୍ରୀମତୀ ଗୀତାଞ୍ଜାଳୀ ସେଠୀ ଯୋଗଦେଇ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ଜିଲ୍ଲାସଂସ୍କୃତି ଭବନଠାରେ ଉଜ୍ଜାପନ ହୋଇଛି।ଜଳ ସମ୍ପଦ ବିଭାଗ କେନ୍ଦ୍ରାପଡ଼ାର ଅଧ୍ୟକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ଃ. ମନୋଜ କୁମାର ଚାନ୍ଦ, କେ.ବି.କେ ର ବରିଷ୍ଠ ବୈଜ୍ଞାନିକ ଡ଼ଃ. ଅରବିନ୍ଦ ଦାସ,ବୈଜ୍ଞାନିକ ତପନ ରଞ୍ଜନ ସାହୁ, ଉଠା ଜଳସେଚନର ସହକାରୀ ଯନ୍ତ୍ରୀ ଏନ.ସି. ସେଠୀ, ଜିଲ୍ଲା କୃଷି ଅଧିକାରୀ ଦ୍ଵିଜବର ସେଠୀ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୋମ୍ୟରଂଜନ ସେଠୀ, ଆସିଷ୍ଟାଣ୍ଟ ଏଗ୍ରୀକଲଚର ଇଂଜିନିଅର ନିହାରିକା ସାହୁ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗଦେଇଥିଲେ।ପାଣି ପଞ୍ଚାୟତରେ ମହିଳାମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଇଁ ଚାଷୀମାନଙ୍କ ପରିବାରର ମହିଳା ସଦସ୍ୟାମାନଙ୍କୁ ସାମିଲ କରାଯାଇଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।ରାଜ୍ୟ ସରକାର ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ସୁଦୃଢ କରିବା ଯୋଗୁଁ ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା ପାଣି ପଞ୍ଚାୟତ ମାଧ୍ୟମରେ ଯୋଗାଇ ଦିଆଯାଉଛି।ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁ ବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧ କରଣ ଜରିଆରେ ଅଧିକ ପ୍ରକାରର ଫସଲର ଉତ୍ପାଦନ ହୋଇପାରିବ।ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୧୬ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ।ଜିଲ୍ଲାସ୍ତରୀୟ ପ୍ରବନ୍ଧରେ ପ୍ରଥମ ସ୍ଥାନ ପାଇଥିବା ମୋନାଲିସା ଦାସ ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ୩୦ ତାରିଖରେ ଭୁବନେଶ୍ବରରେ ପୁରସ୍କୃତ ହେବେ।କେ.ବି.କେ, ପଶୁ ସମ୍ପଦ, ମସ୍ୟ, କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button