ନୀଳ ମାଧବ ଆଦିବାସୀ ଶବର ସମାଜ ପକ୍ଷରୁ ପୁଷଭିଷେକପାଳନ


ଶ୍ରୀ ଶ୍ରୀ ନୀଳ ମାଧବ ଆଦିବାସୀ ଶବର ସମାଜ ପକ୍ଷରୁ ଆଜି ସୁନା ମୁଖି ଟାଙ୍ଗର ସ୍ଥିତ ନୀଳ ମାଧବ ଠାକୁର ଙ୍କ ବିଜେ ସ୍ଥଳୀ ଠାରେ ପୁଷଭିଷେକ ଉତ୍ସବ ପାଳିତ ହୋଇଯାଇଅଛି, ଘଟ କଳସ ସ୍ଥାପନ ପରେ ପୂଜାର୍ଚନା କରାଯାଇଥିଲା, ସୁନାମୁଖୀ ଟାଙ୍ଗର ସଭାପତି ପୂର୍ଣଚନ୍ଦ୍ର ଦେହୁରୀ ଙ୍କ ଅଧକ୍ଷତା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲାବଡ଼ଚଣା ବ୍ଳକ ଅଧକ୍ଷା ଙ୍କ ପ୍ରତିନିଧି ନିରଞ୍ଜନ ସେନାପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶବର ସମାଜ ର ସଂଗଠନ କୁ ଆହୁରି ମଜବୁତ ଓ ଆଗାମୀ ଦିନରେ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ, ଏଥିରେ ସାତୋଟି ବ୍ଳକ ର ବେହରା ଥାନପତି ମହିଳା ଗୋଷ୍ଠୀ ଓ ସାଧାରଣ ସଭ୍ୟ ମାନେ ଯୋଗ ଦେଇ ଥିଲେ, ସଂଗଠନ ର ସମ୍ପାଦକ କୃଷ୍ଣ ଚନ୍ଦ୍ର ସିଂହ ଉପ ସଭାପତି ବିଦ୍ୟାଧର ଦେହୁରୀ କୋଷାଧକ୍ଷ ଧରଣୀଧର ଦେହୁରୀ ଆଡ଼ ଭାଇଜର ରାମ ଚନ୍ଦ୍ର ଦେହୁରୀ ଶିବ ମାଟି ଧ୍ରୁବ ଘଡେଇ ବାବନ ଦେହୁରୀ ବାବାଜୀ ସାମଲ ବାବାଜୀ ଦେହୁରୀ ରାଜେନ୍ଦ୍ର ସାମଲ ଗୁଣ୍ଡୁଚି ସାମଲ ରଥ ସାମଲ ଙ୍କ ସମେତ ବହୁ ଶବର ଭାଇ ଭଉଣୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




