State

ବିନିକା କୁଷ୍ଠାଶ୍ରମରେ ଶୀତବସ୍ତ୍ର ବଣ୍ଟନ ।

 

ବିନିକା, ୨୫/୧ (ସମର୍ଥ ନ୍ୟୁଜ୍)

ସୁବର୍ଣ୍ଣପୁର ଜିଲ୍ଲା ବିନିକା କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଆଜି ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲେପ୍ରା ସୋସାଇଟି ଓଡିଶା ରାଜ୍ୟ ଆମ୍ବାସେଡର ଗୋରେଖନାଥ ସାହୁଙ୍କ ସମେତ ସୋସାଇଟି ପ୍ରୋଗ୍ରାମ ମୁଖ୍ୟ ନବୀନ ସଟଲ, କୋରାପୁଟ ପ୍ରୋଗ୍ରାମ ଅଫିସର ନେତ୍ରନନ୍ଦ ସାହୁ, ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ସଂଯୋଜକ ନୃସିଂହ ଚରଣ ମିଶ୍ର ଓ ଫିଜିଓ ଥେରାପିଷ୍ଟ ଅନନ୍ୟା ମହାରଣା ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ସଭ୍ୟ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କ ରହିବା ଘର ପରିଦର୍ଶନ କରି ଦେଖିଥିଲେ ଯାହା ମୋଟେ ବାସପଯୋଗୀ ନୁହେଁ । ଘରଟି ସରୀସୃପମାନଙ୍କ ଆବାସସ୍ଥଳୀ ହୋଇ ଥିବାରୁ ଅନ୍ତେବାସୀମାନେ କାନ୍ଦି କାନ୍ଦି ସେମାନଙ୍କ ଦୟନୀୟ ଅବସ୍ଥା ବର୍ଣ୍ଣନା କରିଥିଲେ । ବିନିକା ସହର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ କୁଷ୍ଠାଶ୍ରମଟି ଯେପରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ତାହା ଦେଖି ସମସ୍ତଙ୍କ ମନରେ କ୍ଷୋଭ ଜାତ ହୋଇଥିଲା ।ଆଉ ଏକ ଦୁଃଖର କଥା ଯେ ସୁବର୍ଣ୍ଣପୁର କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଯେପରି ଆହାର ଖାଦ୍ୟ ଯୋଗାଇ ଦିଆଯାଉଛି ବିନିକା ଅନ୍ତେବାସୀମାନେ ତାହା ପାଉ ନାହାନ୍ତି । ଏହାର ତୁରନ୍ତ ପ୍ରତିକାର ପାଇଁ ଅନ୍ତେବାସୀମାନଙ୍କ ତରଫରୁ ଦୃଢ ଦାବି ହୋଇଥିଲା । ଏ ସମସ୍ୟା ପ୍ରତି ତୁରନ୍ତ ପ୍ରଶାସନିକ ଦୃଷ୍ଟି ଆଶା କରାଯାଏ ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ

Related Articles

Back to top button