Religion

ଶାରଳା ଶ୍ରୀକ୍ଷେତ୍ରରେ ବିଶ୍ଵଶାନ୍ତି ଯଜ୍ଞର ପୂର୍ଣ୍ଣାହୁତୀ ସଂନ୍ଧ୍ୟା !


ତିର୍ତ୍ତୋଲ –: ତ୍ରିଦିବସ ଧରି ଚାଲିଥିବା ବିଶ୍ଵଶାନ୍ତି ମହାଯଜ୍ଞ ର ଆଜି ପୂର୍ଣ୍ଣାହୁତୀ ସଂନ୍ଧ୍ୟା ! ପ୍ରଭାତରୁ ସୂର୍ଯ୍ୟ ପୂଜା, ଗୋପୂଜା, ଶାଲା ପୂଜା, ଧରିତ୍ରୀ ପୂଜା, ଗୁରୁପୂଜା, ପୁଷ୍ୟାଭିଷେକ, ଷୋଢଶ ଉପଚାର ପୂଜା, ଚଣ୍ଡୀପୂଜା, ଗୀତାଆହୂତୀ , ରୁଦ୍ରଆହୂତୀ,
ଏବଂ ଅନ୍ୟାନ୍ୟ ପାର୍ଶ୍ୱଦେବଦେବୀ ଆହୂତୀ ସହିତ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତୀ କରାଯାଇଥିଲା ! ଏହି ଯଜ୍ଞ କାର୍ଯ୍ୟରେ ବେଦଜ୍ଞ ପଣ୍ଡିତ ବର୍ଗ ନିୟୋଜିତ ରହିଥିବା ବେଳେ ପଣ୍ଡିତ ଦେବରାଜ ପାଢ଼ୀ ଦେବଶର୍ମା ମୁଖ୍ୟ ବେଦଜ୍ଞ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ଅଭୟ କୁମାର ପଣ୍ଡା, ବିପ୍ଳବ ଦାଶ, କାହ୍ନୁ ଚରଣ ଦାଶ, ପଣ୍ଡିତ ରାଜେନ୍ଦ୍ର ପାଢ଼ୀ, ଅରୁଣ କୁମାର ପାଢ଼ୀ, ବିଶ୍ୱଜିତ ମିଶ୍ର, ଜନ୍ମେଜୟ ମହାପାତ୍ର, ଶୁଶାନ୍ତ ପଣ୍ଡା,ଦେବ ପ୍ରସନ୍ନ ଷଢଙ୍ଗୀ ପ୍ରମୁଖ ସହଯୋଗୀ ବେଦଜ୍ଞ ଉପସ୍ଥିତ ଥିଲେ ! ଦୀର୍ଘ ଏଗାର ବର୍ଷ ଧରି ଜଗନ୍ନାଥ ମନ୍ଦିରର ପୂଜକ ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ଆୟୋଜିତ ହେଉଥିବା ବେଳେ ଯଜ୍ଞକର୍ତ୍ତା ଙ୍କ କାର୍ଯ୍ୟ ତୁଲାଇଥିଲେ ବିଶ୍ୱ ପ୍ରକାଶ ମହାପାତ୍ର ! ଶାରଳା ଶ୍ରୀକ୍ଷେତ୍ର ଭାବେ ପରିଚିତ ଏହି ଜଗନ୍ନାଥ ଧାମରେ ଏକାଦଶ ତମ ଯଜ୍ଞ କାର୍ଯ୍ୟରେ ସହସ୍ରାଧିକ ଭକ୍ତ ଉପସ୍ଥିତ ଥାଇ ପ୍ରସାଦ ସେବନ କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button