Education

ଚାରିଛକରେ ଜାତୀୟ ବାଳିକା ଦିବସ ପାଳିତ

 ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ଠାରେ ‘ଜାତୀୟ ବାଳିକା ଦିବସ ‘ ପାଳିତ ହୋଇଯାଇଛି l ହରଭଙ୍ଗା ବିଇଓ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀବନ୍ତ ମେହେର, ସମ୍ମାନିତ ଅତିଥି ଭାବେ ଏବିଇଓ ଯୋଷ୍ଣାମୟୀ ମହାପାତ୍ର , ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୁଣନିଧି ସାହୁ, ଏମ.ଇ ସ୍କୁଲ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା, ସିଆରସିସି ହରମୋହନ ଦନାୟକ ଏବଂ ମୁଖ୍ୟବକ୍ତା ଭାବେ ଏବିଇଓ ଅଖିଳ ମୋହନ ପ୍ରଧାନ ଯୋଗଦେଇ ଜାତୀୟ ବାଳିକା ଦିବସ ପାଳନର ମହତ୍ୱ ଏବଂ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କୁଇଜ ଏବଂ କୌତୁକ ପୋଷାକ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଚାରକ ଭାବେ ଶିକ୍ଷକ ସୁଧାଂଶୁ ବେହେରା, ଜିତେନ୍ଦ୍ରନାଥ ଦାସ, ମନମୋହନ ସାହୁ, ଲିଙ୍ଗରାଜ କହଁର, ଶିକ୍ଷୟିତ୍ରୀ ରୌମ୍ୟରେଖା ବେହେରା ଏବଂ ରୂପଶ୍ରୀ ମିଶ୍ର ଦାୟିତ୍ୱ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ କାର୍ଯ୍ୟକ୍ରମ ସଂଯୋଜିକା ମୋନାଲିନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button