ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟା ପୀଠ ମାତୃ ନିଳୟମ ର ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ


ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟା ପୀଠ ମାତୃ ନିଳୟମ ର ବାର୍ଷିକ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଯାଇଅଛି, ମୋଟ ଛାତ୍ର ଛାତ୍ରୀ 110ଟି ପ୍ରକଳ୍ପ ରେ ଭାଗ ନେଇଥିଲେ, ବିଚାରକ ଭାବରେ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତିଆ ର ବିଜ୍ଞାନ ଶିକ୍ଷକ ନବକିଶୋର ନାୟକ ଓ ବୈରୀ ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ଚରଣ ପୃଷ୍ଟି ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ, ଏହାପରେ ବିଜ୍ଞାନ ସମ୍ପର୍କୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ପରିଚାଳନା କମିଟି ସଭାପତି ରବୀନ୍ଦ୍ର ନାଥ ସୁତାର ମଞ୍ଚ ପରିଚାଳନା କରିଥିଲେ, ନବକିଶୋର ନାୟକ ମୁଖ୍ୟ ଅତିଥି ଓ ଫକୀର ଚରଣ ପୃଷ୍ଟି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅତ୍ୟାଧୁନିକ ଯୁଗ ରେ ବିଜ୍ଞାନ ରେ ଉପଯୋଗୀତା ସମ୍ପର୍କ ରେ ଆଲୋକପାତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଶତ୍ରୁଘ୍ନ ପ୍ରଧାନ ସମ୍ପାଦକ ଭାଗ୍ୟଧର ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ଉପଦେଷ୍ଟା ଅଶୋକ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ମାତୃ ନିଳୟମ ର ଅଧ୍ୟକ୍ଷ ଦିଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ,ରାକେଶ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିଶିର ସାମଲ ରବୀନ୍ଦ୍ର ସାହୁ ଓ ଅନ୍ୟ ସମସ୍ତ ଅପା ଭାଇ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




