Education

ଜଗନ୍ନାଥ ସଂସ୍କୃତି ଏକ ବିହଙ୍ଗା ଵିଲୋକନ ଶୀର୍ଷକ ଆଲୋଚନା ଚକ୍ର ଓ ନୂଆ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ ଓ ଶ୍ରୀ ମନ୍ଦିର ପ୍ରକଳ୍ପ ପରିକ୍ରମା ର ଉଦଘାଟନ ପରି ପ୍ରେକ୍ଷୀ ରେ ଆଜି ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ରେ ନୂଆ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତି ଏକ ବିହଙ୍ଗା ଵିଲୋକନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି, ନୋଡାଲ ଅଫିସର ଅଧ୍ୟାପକ ତଥା ଉତ୍କଳ ସାହିତ୍ୟ ସମାଜ ର ଆଜୀବନ ସଦସ୍ୟ ଚକ୍ରଧର ନାୟକ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ଆଲୋଚନା ଚକ୍ର ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଗିରିଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଓ କଣାସ କଲେଜ ର ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ଗୁରୁପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଏକ ବିହଙ୍ଗା ଵିଲୋକନ ଶୀର୍ଷକ ଉପରେ ଆଲୋକପାତ କରିଥିଲେ, ଅଧକ୍ଷ ପ୍ରଫେସର ବଳରାମ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ନୋଡାଲ ଅଫିସର ଶ୍ରୀଯୁକ୍ତ ନାୟକ ବିଷୟ ପ୍ରସଙ୍ଗ ପାଠ କରିଥିଲେ, ଅଧ୍ୟାପିକା ଡକ୍ଟର ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଟ ଅଧ୍ୟାପକ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ, କମିଟି ର ଅଧ୍ୟାପକ /ଅଧ୍ୟାପିକା ତୁଷାର କାନ୍ତି ଶ୍ରଦ୍ଧା ପ୍ରିୟ ଦର୍ଶନୀ ସରୋଜିନୀ ସ୍ୱାଇଁ କବିତା ସାହୁ ସିପ୍ରା ସ୍ନିଗ୍ଧା ନାୟକ ଲଷ୍ମୀପ୍ରିୟା ସାହୁ ଅଞ୍ଜଳି ମହାପାତ୍ର ମାମଲି ମହାରଣା ମମତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରଭାସ ମହାପାତ୍ର ଓ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button