State

ଘଣ୍ଟାପଡ଼ା ବନାଞ୍ଚଳରୁ କେନ୍ଦୁ ଗଣ୍ଡି ସମେତ ଗାଡି ଜବତ, ଜଣେ ଗିରଫ

 

କଣ୍ଟାମାଳ,୨୪।୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡ଼ା ସେକସନରୁ ୪୭ ଖଣ୍ଡ କେନ୍ଦୁ ଗଣ୍ଡି ଓ ଗାଡି ଜବତ କରାଯାଇଛି l ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି l ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ ଆଶିଷ କହଁରଙ୍କ ନେତୃତ୍ୱରେ ଗତକାଲି ଭୋର ସମୟରେ ବନବିଭାଗର ଏକ ଟିମ ଆମ୍ବଗାଁ – ତେଢେଣମାଲ ରାସ୍ତାରେ ଛକି ରହିଥିଲେ l ଉକ୍ତ ସମୟରେ ନାରାୟଣପ୍ରସାଦ ଅଞ୍ଚଳରୁ ଆସୁଥିବା ଏକ ୪୦୭ ଡାଲା ଗାଡି (ଓଆର ୧୭ସି ୦୦୧୯) କୁ ଅଟକାଇ ଯାଞ୍ଚ କରିବାରୁ ୪୭ ଖଣ୍ଡ କେନ୍ଦୁ ଗଣ୍ଡି ମିଳିଥିଲା l କେନ୍ଦୁ ଗଣ୍ଡି ଓ ଗାଡି ଜବତ କରିବା ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିଛି ବନବିଭାଗ l ସୂଚନାନୁସାରେ ବାହାର ବଜାରର କେନ୍ଦୁ ଗଣ୍ଠିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଅଭିଯୁକ୍ତ ଜଣକ ବରଗଡ଼ ଜିଲା ଗାଇସିଲେଟ ଥାନା ଟେଙ୍ଗନାପାଲି ଗ୍ରାମର ଲକ୍ଷ୍ମଣ ବରିହା(୨୫) ବୋଲି ଜଣା ପଡିଛି l ଉକ୍ତ ଚଢ଼ାଉରେ ଏସ୍‌ସିଏଫ ଆଶିଷ କହଁରଙ୍କ ସହ ଘଣ୍ଟାପଡ଼ା ବନପାଳ ଚନ୍ଦ୍ରଶେଖର ଦାଶ, ବନରକ୍ଷୀ ଦିଗାମ୍ବର ପ୍ରଧାନ, ବୌଦ୍ଧ ମୋବାଇଲ ଏପିଆର ଦଳ ଏବଂ କଣ୍ଟାମାଳ ବନାଞ୍ଚଳର ବନ ବିଭାଗ କର୍ମଚାରୀ ସାମିଲ ଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button