Education

ନୂଆ-ଓ ବିଶ୍ଵଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ଅନୁଷ୍ଠିତ ।

ଉମରକୋଟ ୨୪/୧/୨୪( )

ରାଜ୍ୟ ସରକାର ଉଭୟ ଓଡ଼ିଆ ଭାଷା ସାହିତ୍ୟ ଉନ୍ନତି ସହ ଏହାର ପ୍ରଚାର ପ୍ରସାର ଏବଂ ଜଗନ୍ନାଥ ସଂସ୍କୃତି ର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟ ମାନଙ୍କ ରେ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଏହି ପରିପେକ୍ଷି ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାମରୁଣ୍ଡା ଠାରେ ମଧ୍ୟ ” ନୂଆ-ଓ” ପକ୍ଷ ରୁ ବିଶ୍ଵ ଓଡିଆ ସମ୍ମିଳନୀ ର ଉଦ୍ ଯାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଗତ ୪ ଦିନଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବକୃତା, ପ୍ରବନ୍ଧ, ପ୍ରଶ୍ନମଞ୍ଚ, ସୁନ୍ଦର ହସ୍ତକ୍ଷର ଲିଖନ , ଶୁଦ୍ଧ ବ୍ୟାକରଣ , ଭଳି ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ ଓ ଉପକୃତ ଲାଭ କରିଥିଲେ । ବୁଧବାର ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ବିଦ୍ୟାଳୟ ର ଅଧକ୍ଷ ଘନଶ୍ୟାମ ମାଝୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ର ପ୍ରଧ୍ୟାପକ ଡ.ଶେଷାନନ୍ଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫୁଲ୍ଲ ରାଉତ , ସମ୍ମାନିତ ବକ୍ତା ଭାବେ ଶିକ୍ଷା ଓ ସଂସ୍କୃତି ପ୍ରେମି ଦେବେନ୍ଦ୍ର ନାୟକ, ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ଡ଼ଃ ସୁରେନ୍ଦ୍ର ନାଥ ଦାଶ ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ କୁନା ସାହୁ ଯୋଗ ଦେଇଥିଲେ । ସମସ୍ତ ଅତିଥି ପ୍ରଞ୍ଜଳ ଭାବେ ଏହି ଉତ୍ସବର ଲକ୍ଷ ଓ ଉଦେଶ୍ୟ ସଂପର୍କ ରେ ବର୍ଣ୍ଣନା କରିବା ସହ ଜଗନ୍ନାଥ ସଂସ୍କୃତି ଉପରେ ବିସ୍ତୃତ ଭାବରେ ଆଲୋଚନା କରି ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଓଡ଼ିଆ ଭାଷା ସାହିତ୍ୟ ରେ କିପରି ଆଗ୍ରହ ବଢିବ ଓ ଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ବିଷୟରେ ଜାଣିବାକୁ ଚେଷ୍ଟା କରିବେ ସେ ବିଷୟ ରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତ, ଜିତେନ୍ଦ୍ର କୁମାର ସେଠି, ପ୍ରଫୁଲ୍ଲ କୁମାର ସୁମନ୍ତ, ଅନୀନ୍ଦିତା ରାୟ , ଅଭିନ୍ନ କୁମାର ଦାସ, ଆଲୋକ ଷଣ୍ଡ, ବିଷ୍ଣୁ ପ୍ରସାଦ ହରିଚନ୍ଦନ, ରମାକାନ୍ତ ମହାରଣା, ଶୈଳବାଳା ସାହୁ , ଅନିନ୍ଦିତା ରାୟ , ସଂଯୁକ୍ତା କାମୋଡ଼ି,ଏହା ବ୍ୟତିତ ପରିଚାଳନା ସମିତିର ସଦସ୍ୟ ଛବି ଗଣ୍ଡ, ନୀଳରତନ ସରକାର,ଗୌରାଙ୍ଗ ସମଝଦାର,ବାସୁଦେବ ମଲ୍ଲିକ, ବରିଷ ଶିକ୍ଷକ ରଜନୀକାନ୍ତ ମାନ୍ନା, ପ୍ରଶାନ୍ତ ଦତ୍ତ, ଓ ଅଭିଭାବକ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ସମ୍ପାଦନା କରିଥିଲେ ଅନିନ୍ଦିତା ରାୟ ,ଶେଷରେ ସଂଞ୍ଜୁକ୍ତା କାମୋଡି ଧନ୍ୟବାଦ ଅର୍ପଣ କରିଥିଲେ।।

Related Articles

Back to top button