Religion

ଶାରଳାରୋଡ ଜଗନ୍ନାଥ ମନ୍ଦିରରେ ତ୍ରିଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ 

ତିର୍ତ୍ତୋଲ –::ବହୁ ପ୍ରାଚୀନ କାଳରୁ ବୈଦିକ ରୀତିନୀତି ଅନୁସାରେ ବିଭିନ୍ନ କାର୍ଯ୍ୟସିଦ୍ଧି ନିମନ୍ତେ ଯଜ୍ଞମାନ ଅନୁଷ୍ଠିତ ହୋଇଆସୁଛି !ଋକ ବେଦ କହେ ଯଜ୍ଞ ଦ୍ୱାରା ଅସମ୍ଭବକୁ ସମ୍ଭବ କରିହୁଏ !ଯଜ୍ଞ ଦ୍ୱାରା ମୁକ୍ତି ବା ଉଦ୍ଧାର କାର୍ଯ୍ୟ ହୋଇଥାଏ !ଭବସାଗରରୁ ପାରି ହେବାକୁ ଯଜ୍ଞ ହିଁ ନୌକା ସଦୃଶ୍ୟ କାର୍ଯ୍ୟ କରିଥାଏ ! ତେଣୁ ବୈଦିକ ମତେ ଯଜ୍ଞାନୁଷ୍ଠାନ କରାଯାଇ ବିଶ୍ଵଶାନ୍ତି ନିମନ୍ତେ ଘୃତଆହୁତି କଲେ ସକଳକାର୍ଯ୍ୟ ସିଦ୍ଧି ହୁଏ ! ବିଶ୍ଵଶାନ୍ତି ନିମନ୍ତେ ତ୍ରୀଦିବସୀ୍ୟ ଯଜ୍ଞର ଆୟୋଜନ କରି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଚନ୍ଦନ ପୋଖରୀରୁ ପବିତ୍ରଜଳକୁ କଳସୀରେ ପୂର୍ଣ୍ଣକରି,ଶାରଳା କ୍ଷେତ୍ରରୁ ଶାରଳା ରୋଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରକୁ ଵିଧିମତେ ନିଆଯାଇ ଅଙ୍କୁରାରୋପଣ କରାଯାଇ ଥିଲା ! ଏହି କାର୍ଯ୍ୟରେ ମହିଳା ମଣ୍ଡଳୀ ଶୁଦ୍ଧପୂତ ହୋଇ ନୂତନ ବସ୍ତ୍ର ପରିଧାନ କରି କଳସ ଯାତ୍ରାକୁ ସଫଳ କରିଥିବାର ଦେଖାଯାଇଥିଲା ! ଜଗନ୍ନାଥ ମନ୍ଦିରର ପୂଜକ ଅଶୋକ କୁମାର ଦାଶ ଉକ୍ତ ଯଜ୍ଞ କାର୍ଯ୍ୟର ଦାୟିତ୍ୱ ବହନ କରୁଥିବା ବେଳେ ଶ୍ରୀ ବିଶ୍ୱରଂଜନ ମହାପାତ୍ର ଯଜ୍ଞକର୍ତ୍ତା ଭାବେ କ୍ରମଶଃ ରହି ଆସୁଥିବାର ଜଣାଯାଇଛି ! ଏହି ସାରସ୍ୱତ କାର୍ଯ୍ୟରେ ସ୍ଥାନୀୟ ଯୁବଗୋଷ୍ଠି ସକ୍ରିୟ ସହଯୋଗv କରୁଛନ୍ତି !ବର୍ତ୍ତମାନ ସମୟରେ ଯଜ୍ଞ ସମାଜର ମଙ୍ଗଳ ନିମନ୍ତେ ସହାୟକ ହେବ ବୋଲି ବିଦ୍ୱାନ ବର୍ଗ ଚର୍ଚ୍ଚା କରୁଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button