Education

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ରେ ପବିତ୍ର ନେତାଜୀ ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ସୁଚାରୁରୂପେ ପାଳିତ

 

ଅଦ୍ୟ 👆👆ତା ୨୩.୦୧.୨୪ ରିଖ (ମଙ୍ଗଳବାର)  ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ରେ ପବିତ୍ର ନେତାଜୀ ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ସୁଚାରୁରୂପେ ପାଳିତ ହୋଇଅଛି।ଆଜିର କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନନୀୟା ମିନତୀ ଦେହୁରୀ ମହୋଦୟା ଦୁଇ ମହାପୁରୁଷ ତଥା ପ୍ରସିଦ୍ଧ ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଦୁଇ ମହାପୁରୁଷଙ୍କ ଜୀବନୀ ଉପରେ ଗୁରୁତ୍ୱ ଆରୋପ କରିବା ସହ ଉଭୟଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ, ଉର୍ମିଳା କର, ପ୍ରଶାନ୍ତ କୁମାର ସାହୁ,ସାଗରୀକା ପଣ୍ଡା, ମାମାଲି ମିଶ୍ର, ଲିପିକା ନାୟକ, ରାନୁ ଦାସ, ବବିତା ସାହୁ, ପ୍ରଣତି ପତି, ଦୁଷ୍ମନ୍ତ କୁମାର ସାହୁ ,ପ୍ରଶାନ୍ତ କୁମାର ଜେନା , ସୋନାଲି ସାହୁ ଓ ବର୍ଷାରାଣୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ସହ ଆଜିର ବିଶେଷ ଦିବସର ମହତ୍ତ୍ୱ ସମ୍ପର୍କରେ ନିଜର ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା ଓ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ସମୟରେ ନିଜ ନିଜ ଘରକୁ ପ୍ରସ୍ଥାନ କରିଥିଲେ। 

 

Related Articles

Back to top button