ରୋଟାରାକ୍ଟ କ୍ଲବ ଢେଙ୍କାନାଳର ଚତୁର୍ଥ ଚାର୍ଟର୍ ଦିବସ ପାଳିତ


ରୋଟାରାକ୍ଟ କ୍ଲବ ଢେଙ୍କାନାଳର ଚତୁର୍ଥ ଚାର୍ଟର୍ ଦିବସ ସ୍ଥାନୀୟ ରୋଟାରୀ କ୍ଲବ ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର (ଓପିଏସ୍) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରୋଟାରୀ କ୍ଲବ ପୂର୍ବତନ ସଭାପତି ଶ୍ରୀ ହର୍ଷବର୍ଦ୍ଧନ ସିଂ ଦେଓ ଓ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ରୋଟାରାକ୍ଟ ପ୍ରତିନିଧୀ ଶ୍ରୀ ପ୍ରତ୍ୟୁଷ ସାହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ରୋଟାରାକ୍ଟ କ୍ଲବ ଢେଙ୍କାନାଳର ଚାର୍ଟର୍ ସଭାପତି ଶ୍ରୀ ଅବିନାଶ ସାହୁ ଯୋଗଦେଇଥିଲେ । କ୍ଲବର ସଭାପତି ଶ୍ରୀ ଶିବ ପ୍ରସାଦ ସ୍ୱଇଁ ସ୍ୱାଗତ ଅଭିଭାଷଣ ଦେଇଥିଲେ ଓ ସମ୍ପାଦକ ଅମ୍ରିତା ମିଶ୍ର କ୍ଲବ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ସଭାପତି ଓ ସମ୍ପାଦକ ଭାବେ ଅମିସା ନାୟକ ଓ ପ୍ରେମଜିତ୍ ରାଜ୍ଙ୍କୁ ଯଥାକ୍ରମେ ସଭାପତି ଓ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦ଜଣ ବ୍ୟକ୍ତ ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦନ ପାଇଁ ଉତ୍ତରୀୟ ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତିନିଜଣ ନୂତନ ସଦଶ୍ୟ ଅବିନାଶ ମହାପାତ୍ର,ପୁଷ୍ପେନ୍ଦ୍ର ଏବଂ କାଦମ୍ବରୀ ମହାକୁଡ କ୍ଲବରେ ସାମିଲ ହୋଇଥିଲେ । କ୍ଲବ ପକ୍ଷରୁ ଚାର୍ଟର୍ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ବୁଲେଟିନ ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲୋପାମୁଦ୍ରା ସାହୁ ପରିଚାଳନା କରିଥିବା ବେଳେ ରଞ୍ଜନ,ଅଭିଷେକ, ଅଭିଳାଷ,ଅନୀଶ, ସୋନୁ, ମୁକୁନ୍ଦ ପ୍ରମୁଖ ସହଯୋଗ କରିଥିଲେ ।




