Education

ନେତାଜୀ କ୍ଲବ୍ ତରଫରୁ ନେତାଜୀ ଜୟନ୍ତୀ ପାଳନ

ଢେଙ୍କାନାଳ, ୨୩/୧: ଢେଙ୍କାନାଳ ସହରସ୍ଥ ଜୁବୁଲି ଟାଉନ୍ ଠାରେ ଅବସ୍ଥିତ ନେତାଜୀ କ୍ଲବ୍ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଛି । ପ୍ରତିବର୍ଷ ଭଲି ବିରାଟ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ସହିତ ସମରରେ ଥ‌ିବା ବିଭିନ୍ନ ବରପୂତ୍ରଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ ନେତା ଜୀଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ସଞ୍ଜୟ କୁମାର ଭଞ୍ଜ, ସଂପାଦକ ବସନ୍ତ କୁମାର ସାମଲ, ହୃଦାନନ୍ଦ ମହାନ୍ତି, ପ୍ରବୀର କୁମାର ଜେନା, ସନ୍ତୋଷ କୁମାର ପତି, ନିରଞ୍ଜନ ସାମଲ, ପ୍ରକାଶ ପତି, ସତ୍ୟରଞ୍ଜନ ଶତପଥୀ, ସୁନିଲ୍ ବେହେରା, ସମରେନ୍ଦ୍ର ମହାନ୍ତି, ଅଜୟ ବାରିକ, ପରାଗ ମହାନ୍ତି, ବିଷ୍ଣୁ ଚରଣ ବେହେରା, ଦେବବ୍ରତ ବେହେରା, ଦେବୀ ପ୍ରସାଦ ମହାନ୍ତି, ଦିବ୍ୟ ରଞ୍ଜନ ଜେନା, ସଂଗ୍ରାମ ମହାନ୍ତି, ସୁନିଲ୍ ପାଣି, ପ୍ରିନ୍ସ ସମୀର, ଧର୍ମରାଜ ମହାନ୍ତି, ଶକ୍ତି ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button