ବ୍ରାହ୍ମଣ ସମାଜର ସାମୁହିକ ବ୍ରତୋପନୟନ ନିମନ୍ତେ ପ୍ରସ୍ତୁତି ବୈଠକ


କଣ୍ଟାମାଳ, ତା ୨୩/୧/୨୪: (ପ୍ରଭାତ କୁମାର ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ସୋମବାର ସମାଜର ଅସ୍ଥାୟୀ କାର୍ଯ୍ୟାଳୟ ନଳିନୀ ନିବାସଠାରେ ସଭାପତି ରଘୁନାଥ ମହାପାତ୍ରଙ୍କ ପୌରହିତ୍ୟରେ ସାମୁହିକ ବ୍ରତୋପନୟନ -୨୦୨୪ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ସନତ କୁମାର ମିଶ୍ରଙ୍କ ବେଦମନ୍ତ୍ର ଉଚ୍ଚାରଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ସମ୍ପାଦକ ସନ୍ତୋଷ କୁମାର ବିଶି ସାମୁହିକ ବ୍ରତୋପନୟନ ସମ୍ପର୍କରେ ପ୍ରସ୍ତାବ ଆଗତ କଲାପରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଏହା ଉପରେ ଆଲୋଚନା କରି ଆସନ୍ତା ମାର୍ଚ୍ଚ ମାସ ୧ତାରିଖ ଫାଲଗୁନ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ବ୍ରତୋପନୟନ କାର୍ଯ୍ୟ କରିବା ପାଇଁ ମତ ପ୍ରଦାନ କରିଥିଲେ l ତଦନୁଯାୟୀ ଆସନ୍ତା ଫେବୃଆରୀ ୧୦ତାରିଖ ସୁଦ୍ଧା ସାମୁହିକ ବ୍ରତୋପନୟନ ପାଇଁ ନିଜ ନିଜର ସମ୍ପର୍କୀୟଙ୍କୁ ବ୍ରତ କରାଇବା ପାଇଁ ଇଛୁକ ବ୍ୟକ୍ତି ବିଶେଷ ରଘୁନାଥ ମହାପାତ୍ରଙ୍କୁ 9938952272 ଓ ସନ୍ତୋଷ କୁମାର ବିଶିଙ୍କୁ 9437892373 ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଗଲା l ଫେବୃଆରୀ ୧୦ପରେ କୌଣସି ଆବେଦନ ଗ୍ରହଣ କରା ନ ଯିବା ନେଇ ସଭାରେ ସ୍ଥିରୀକୃତ ହେଲା l ଏହି ସଭାରେ ସର୍ଵଶ୍ରୀ ବସନ୍ତ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ, ଘନାଶ୍ୟାମ ମିଶ୍ର, ଶରତ କୁମାର ପୁରୋହିତ, ବିଜୟ କୁମାର ପାଣିଗ୍ରାହୀ, ସୁଧିର ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ପାଢ଼ୀ, ଜୟକୃଷ୍ଣ ମିଶ୍ର, ବସନ୍ତ ପାଢ଼ୀ, ସୁରେନ୍ଦ୍ର ଚନ୍ଦ୍ର କର ଆଦି ଅଂଶ ଗ୍ରହଣ କରିଥିଲେ l ଶେଷରେ ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଯଥା ଶକ୍ତି ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ସମ୍ପାଦକ ସନ୍ତୋଷ କୁମାର ବିଶି ସମସ୍ତଙ୍କୁ ନିବେଦନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




