Country

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବ ର ଅନୁଷ୍ଠିତ।

ଯାଜପୁର ଜିଲ୍ଲା ସୋଲାର ସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ବିବେକା ନନ୍ଦ ଅଡିଟୋରିୟମ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ପୋଲିସ ପ୍ରଶିକ୍ଷଣ ଅନୁଷ୍ଠାନ ଓ ଛତିଆ ସମାଜସେବୀ ସଙ୍ଗଠନ ର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ଉକ୍ତ ଶିବିରକୁ ପୋଲିସ ପ୍ରଶିକ୍ଷଣ ଅନୁଷ୍ଠାନ ର ଅଧକ୍ଷ ଅଶୋକ କୁମାର ଦେହୁରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଏ ସି ଚିତ୍ତରଞ୍ଜନ ମାଝୀ, ସଞ୍ଜୟ କୁମାର କର୍, ଦୀପକ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ, କଟକ ଏସ ସି ବି ମେଡିକାଲ କଲେଜ୍ ପକ୍ଷରୁ ଡାକ୍ତର ଦେବୀ ପ୍ରସାଦ ସାହୁ, ଡଃ ବିଶ୍ୱଜିତ୍ ସେନାପତି, ଡଃ ରାମଚନ୍ଦ୍ର ଖଟୁଆ, ବିଷ୍ଟୁ ପ୍ରସାଦ ଘୋଷ, ରଶ୍ମି ରଞ୍ଜନ ପ୍ରଧାନ ବିଶ୍ୱଜିତ୍ ଦୀକ୍ଷିତ ପ୍ରମୁଖ ଡାକ୍ତରୀ ଟିମ୍ ସହ ଯୋଗ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ୧୨୦ ୟୁନିଟ ରକ୍ତ ହୋଇ ଥିବା ବେଳେ ୧୫୦ୟୁନିଟ ରକ୍ତ ସଂଗ୍ରହ ଲକ୍ଷ ରଖାଯାଇ ଥିବା ଜଣାପଡିଛି।

ଏହି ଶିବିରକୁ ଛତିଆ ସମାଜ ସେବୀ ସଙ୍ଗଠନ ର ସଭାପତି ସୌମ୍ୟ ରଞ୍ଜନ ବେହେରା, ସମ୍ପାଦକ ଆଦିତ୍ୟ ଶଙ୍କର ଷେଣ୍ଢ , ସହସଂପାଦକ ହୃଷୀକେଶ ସେଠୀ, କୋଷାଧକ୍ଷ ରଞ୍ଜନ କୁମାର ସିଂ, ନିରଞ୍ଜନ ବେହେରା, ସନ୍ତୋଷ କୁମାର ପ୍ରଧାନ, ଅନୁ ରିତା ସ୍ୱାଇଁ, ରାଜଲକ୍ଷ୍ମୀ ସାମଲ,ଅଶ୍ଵିନୀ କୁମାର ପରିଜା, ଦୟାନିଧି ବିଶ୍ବାଳ, ଭରତ କୁମାର ବେହେରା ପ୍ରମୁଖ ଏହି ରକ୍ତ ଦାନ ଶିବିରକୁ ସଫଳ କରିଥିଲେ।

 

Related Articles

Back to top button