ନେତାଜୀ ସୁବାସ ବୋଷ ଓ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ!


କଣ୍ଟାମାଳ,୨୩/୧/୨୪ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନେତାଜୀ ସୁବାସ ବୋଷ ଓ ମଧୁସୂଦନ ଦାସଙ୍କ ନବନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି!ଏହି ଜନ୍ମ ଜୟନ୍ତୀ ଅବସରରେ ବିଦ୍ୟାଳୟଠାରେ ପରାକ୍ରମ ଦିବସ, ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗାଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ସାହୁ , ପୂର୍ବତନ ସଭାପତି ତଥା ଓଡିଶା ସାମ୍ବାଦିକ ସଙ୍ଘ ବୌଦ୍ଧ ଜିଲ୍ଲା ସଭାପତି ପୂର୍ଣ୍ଣ ଚରଣ ସାହୁ, ସଦସ୍ୟ ତଥା ପୂଜକ ଅଶୋକ କୁମାର ଦାସ, ସଦସ୍ୟା ପ୍ରେମଶିଳା ମନହିରା, ସହକାରୀଶିକ୍ଷକ ଆଲୋକ କୁମାର ସାହୁ, ମୁଖ୍ୟବକ୍ତା ଭାବରେ ଦଧିବାମନ ହାଇସ୍କୁ ର ସହକାରୀ ଶିକ୍ଷକ ରାଜ କିଶୋର ସାହୁ ଯୋଗ ଦେଇ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ସ୍କୁଲର ଛାତ୍ରୀ ପୁନମ ବାରିକ, କ୍ରିଷ୍ଣା ଦାସ,ସୁନଜ୍ଞା ଖଟୁଆ ମଧ୍ୟ ସଭାରେ ବକ୍ତବ୍ୟ ରଖିଥିଲେ !କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଅକୃର ପ୍ରଧାନ,ଦେଶବନ୍ଧୁ ବାରିକ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ସାହୁ, କାଦମ୍ବିନୀ ସେଠି ସମେତ ବିଦ୍ୟାଳୟର ସମସ୍ତ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




