Education

ମସିଣାଗୋରା ଶିଶୁ ମନ୍ଦିରରେ ପିତୃ ସମ୍ମିଳନୀ କାର୍ଯକ୍ରମ 

 

କଣ୍ଟାମାଳ : ୨୩/୦୧ ;(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଦିଗାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ପିତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜନତା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମଣ ଭୋଇ ଦ୍ବୀପ ପ୍ରଜ୍ବଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ଧିରୋଜ ଭୋଇ , ସଂପାଦକ ଭକ୍ତ ସାହୁ, ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ଉପସ୍ଥିତ ରହି ଶିଶୁ ଭାଇ ଭଉଣୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ସଂଧ୍ୟାରାଣୀ ମନହିରା ମଞ୍ଚ ପରିଚାଳନା କରିଥିଲେ । ସଂପାଦକ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ। ଅଭିଭାବକମାନେ ବିଦ୍ୟାଳୟର ଉନ୍ନତି

 ଦିଗରେ ବିଭିନ୍ନ ମତାମତ ରଖିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରୁ ଶିଶୁ ଭାଇ ଭଉଣୀମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ। ଆଚାର୍ଯ୍ୟା ଝରଣା ପ୍ରଧାନ, ସାଏବାନି ପାତ୍ର ,ବେଦମତୀ କୁଦେଇ ,ମମିତା ରଣା, ଅଙ୍କିତାଶ୍ରୀ ମହାରଣା, ଆଚାର୍ଯ୍ୟ ରୋଶନ ସାହୁ, ସୁଶାନ୍ତ ମାଝୀ, ଶ୍ରୀକାନ୍ତ କୁଦେଇ ,ସେବିକା ସୁରୁସୂତା ଭୋଇ ,ବାହନ ଚାଳକ ରାଜକୁମାର ରଣା ତଥା ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button