ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ରାସ୍ତାର ଅବସ୍ଥା ଶୋଚନୀୟ, ଅଭିଯୋଗକରିବେ କାହାକୁ?


କଣ୍ଟାମାଳ,୨୩/୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହିବିଲା ଠାରୁ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୁଣ୍ଡୁରୁବାହାଲ ପର୍ଯ୍ୟନ୍ତ ଯାଇଥିବା ୩କିଲୋମିଟର ବନ ବିଭାଗ ଅଧୀନରେ ଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି। ବର୍ଷା ଦିନରେ ଏହି ଅଞ୍ଚଳ ବାସୀଙ୍କୁ ରାସ୍ତା ଚିନ୍ତା ଘାରୁଛି। ବର୍ଷା ହେଲେ ଏହି ରାସ୍ତା କାଦୁଅରେ ପୁରିଯାଉଛି। ବର୍ଷା ଦିନରେ ଏହି ଅଞ୍ଚଳ କୁ ଆମ୍ବୁଲାନ୍ସ, ଦମକଳ ପହଞ୍ଚି ପାରେ ନାହିଁ। ଏଣୁ କରି ବାଧ୍ୟହୋଇ ଅଞ୍ଚଳ ବାସୀଙ୍କୁ ୩କିମି ଖଟିଆରେ ବୋହି ଥାନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳକୁ ଗମନାଗମନ ସୁଗମ କରିବା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତାଟି ବର୍ତ୍ତମାନ ମରଣଯନ୍ତା ଅବସ୍ଥାରେ ପଡ଼ିରହିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ରାସ୍ତାର ଅବସ୍ଥା ଏମିତି ଜନସାଧାରଣ ଅଭିଯୋଗ କରିବେ କାହାକୁ। ଏଥି ପ୍ରତି ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




