Religion

ତିର୍ତୋଲ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ବ୍ୟାସ ଫାଉଣ୍ଡେସନ ତରଫରୁ 108 ଦୀପଦାନ 

 

ତିର୍ତ୍ତୋଲ -: ଜାନୁଆରୀ ବାଇଶି ତାରିଖ, ଭାରତର ଇତିହାସରେ ଲେଖାହେଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ! ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା !ଭାରତର ପୁରପଲ୍ଲୀରେ ଭରିଯାଇଛି ଅଫୁରନ୍ତ ଆନନ୍ଦ !ବିଭିନ୍ନ ରାଜ୍ୟ ତଥା ଅଂଚଳରେ ଥିବା ବିଭିନ୍ନ ମନ୍ଦିର ମାନଙ୍କରେ ପ୍ରଜ୍ବଳିତ କରାଯାଉଛି ସାମୁହିକ ପ୍ରଦୀପ ! ନାମ ସଂକୀର୍ତନ, ଭଜନ ଜଣାଣ, ହୋମ ଯଜ୍ଞ ବେଦ ଉଚ୍ଚାରଣ ରେ ପ୍ରତିଧ୍ୱନିତ ହେଉଛି ପୁରପଲ୍ଲୀ !ସମଗ୍ର ଦେଶ ଦେଖୁଛି ଅଯୋଧ୍ୟା ର ପୁଣ୍ୟ ଭୂମିରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ! ଦେଶର ବହୁ ନାମିଦାମୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷ ଙ୍କୁ ଆମନ୍ତ୍ରଣ କରାଯାଇ ଆୟୋଜିତ କରାଯାଇଛି ଉତ୍ସବ !ସେଇ ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣ ପରିସରରେ ଥିବା ମହାବୀର ଙ୍କ ମନ୍ଦିର ସମ୍ମୁଖରେ ବ୍ୟାସ ଫାଉଣ୍ଡେସନ ଓ ହିନ୍ଦୁ ଏକତା ମଞ୍ଚ ଆନୁକୂଲ୍ୟରେ ଶ୍ରୀ ରାମ ଲଲାଙ୍କ ଉଦ୍ଦେଶ୍ୟ ରେ ସାମୁହିକ ଭାବେ ୧୦୮ ଦୀପଦାନ ଅର୍ପଣ କରାଯାଇଛି !ଏହି ପୁଣ୍ୟ କାର୍ଯ୍ୟରେ ବହୁ ଧାର୍ମିକ ମହିଳା ପୁରୁଷ ଯୋଗଦେଇଥିବା ବେଳେ ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ପଣ୍ଡିତ ଡକ୍ଟର ସିଦ୍ଧେଶ୍ବର ପଣ୍ଡା, ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଶ୍ରୀରାମ ଙ୍କ କଥାମୃତ ପ୍ରଦାନ କରିଥିଲେ ! ଉକ୍ତ ପାବନ କାର୍ଯ୍ୟକ୍ରମ କୂ ଶ୍ରଦ୍ଧାଳୁ ଭକ୍ତ ବିବେକାନନ୍ଦ ହୋତା ସୁପରିଚାଳନା କରିଥିବା ବେଳେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ଭାଗବତ ପ୍ରସାଦ, କୋଷାଧକ୍ଷ କୈଳାସ ବେହେରା, ସଦସ୍ୟା କବିତା ଦାଶ, ବରିଷ୍ଠ ସାମ୍ୱାଦିକ ଶ୍ରୀକାନ୍ତ ଦାଶ ତିର୍ତ୍ତୋଲ ବ୍ଲକ ଆତ୍ମା ଅଧକ୍ଷ ଦେବେନ୍ଦ୍ର ମଲ୍ଲିକ, ବ୍ୟାସ ଫାଉଣ୍ଡେସନ ର ସଂଗଠନ ସମ୍ପାଦକ ଯଶୋବନ୍ତ ରାଉତ ପ୍ରମୁଖ ଯୋଗଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ ! ଅଜିତ କୁମାର ସ୍ୱାଇଁ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ଭକ୍ତି ସଂଗୀତ ଗାନ କରାଯାଇଥିଲା ! ସର୍ବଶେଷରେ ପ୍ରସାଦ ସେବନ କରି ଉପସ୍ଥିତ ଭକ୍ତ ମଣ୍ଡଳୀ ଉତ୍ସବ ସାଙ୍ଗ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button