Religion

ଅଯୋଧ୍ୟା ରେ ଶ୍ରୀରାମ ଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବୀରନରସିଂହପୁର ଗ୍ରାମରେ ରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ,,

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ଗ୍ରାମରେ ଅଯୋଧ୍ୟା ରେ ରାମ ଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଗ୍ରାମ ର ଚମ୍ପେଶ୍ୱର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ନାମ ଯଜ୍ଞ ଗ୍ରାମ ର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସକାଳ 8 ଘଣ୍ଟା ସମୟରେ ଆରମ୍ଭ ହୋଇଯାଇଛି ।ଚମ୍ପେଶ୍ଵର ପ୍ରଧାନ ବଡ଼ ପୁଅ ଗୋବିନ୍ଦ ପ୍ରଧାନ ହୋମ କୁଣ୍ଡରେ ବସିଥିବା ବେଳେ ଅନ୍ୟ ତିନି ପୁଅ ଗୋପାଳ ପ୍ରଧାନ ,ଅଜିତ ପ୍ରଧାନ ,ସୁଜିତ୍ ପ୍ରଧାନ ସହିତ ଗ୍ରାମର ଅନ୍ୟ ଯୁବ ଗୋଷ୍ଠୀ ସହଯୋଗ କରିଥିଲେ । ବୌଦ୍ଧ ରୁ ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button