ଦୈନିକ ପରିବା ମାର୍କେଟ୍ ଠାରେ ନୂତନ ତ୍ରିନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠର ପୂର୍ଣ୍ଣାହୁତି


ଢେଙ୍କାନାଳ, ୨୨/୧ : ଢ଼େଙ୍କାନାଳ କୈବଲ୍ୟ ବଜାର ସ୍ଥିତ ମ୍ୟୁନିସିପାଲଟି ଦୈନିକ ପରିବା ମାର୍କେଟ ଓ କୃଷକ ବଜାର ଠାରେ ନୂତନ ତ୍ରିନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବର ଆଜି ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ କଳସ ଯାତ୍ରା ରେ ୪୦ ରୁ ଉଦ୍ଧ ବ୍ୟବସାୟୀ ମାନେ ସହର ପରିକ୍ରମା ପରେ ଯଜ୍ଞ ଅଧୁବାସ ଆରମ୍ଭ ହୋଇ ଅଖଣ୍ଡ ଦୀପ ସ୍ଥାପନଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ବିଭିନ୍ନ ଭୋଗରାଗ ଲାଗି, ଯଜ୍ଞ ଓ ହୋମ ସହିତ ତ୍ରିନାଥଙ୍କ ଷୋଡଶ ଉପଚାର କରାଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଉକ୍ତ ବିଗ୍ରହ ପ୍ରତିଷ୍ଠା ଉତ୍ସବର ତୃତୀୟ ଦିନରେ ପୂର୍ଣାହୁତି ପରେ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା । ଏହି ଅବସରରେ ନରଣପୁରର ମା’କୁଣ୍ଡେଇଶୁଣି ସଂକୀର୍ତନ ମଣ୍ଡଳୀ ଓ ଗୁଡିଆକାଟେଣୀ ପତଳାର ଜୟ ଦୁର୍ଗା ସଂକୀର୍ତନ ମଣ୍ଡଳୀ ଦ୍ୱାରା ବାଦୀ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ପୂଜକ ଲିଙ୍ଗରାଜ ପତି କର୍ତା ଦିଲୀପ କୁମାର ରଥ ଓ ଯୋଗେନ୍ଦ୍ର କୁମାର ସ୍ବାଇଁ ସଭାପତି ଶିବରାମ ଦାସ ସମ୍ପାଦକ ସଞ୍ଜୟ ମହାନ୍ତି, ଅନ୍ୟ ସମସ୍ତ କର୍ମକର୍ତା ମାନେ ବିଜୟ ରାଉତ, ଅଜୟ ଦାସ, ସୁଶାନ୍ତ ଶତପଥୀ, ମନୋଜ ବେହେରା, ମାଧବ ବରାଳ,ଶ୍ୟାମ ବରାଳ, ସୁଶାନ୍ତ ସାହୁ, ବିଜୟ ସାହୁ, ଟୁକୁ, ପ୍ରମୋଦ, ଚଗଲି, ଦିଲୁ, ନିର, ସକୁରା, ଛବି, ପ୍ରତାପ, ଅଭି, ରାଜୁ, ସୁରେଶ, ଲୁଲୁପ, ବୁଦ୍ଧିଆ, ସୁଶାନ୍ତ ଓ ଚାଷୀ ମାନେ ଉପସ୍ଥିତ ରହି ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ ।

ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ



