Religion

ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଗାଁ ଗାଁରେ ଉତ୍ସବ। ଚାରିଆଡ଼େ ରାମମୟ, ଜୟଶ୍ରୀ ରାମ ଧ୍ଵନିରେ କମ୍ପୁଛି ଗାଁ ଦାଣ୍ଡ , 

 

କଣ୍ଟାମାଳ,୨୨/୧/୨୪ (ପ୍ରଭାତ କୁମାର ସାହୁ)ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ସମସ୍ତ ଗ୍ରାମ ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ନିଜ ନିଜର ଭଗବାନ ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ପ୍ରତ୍ୟେକ ଭକ୍ତଙ୍କ ଭିଡ଼ । ସମସ୍ତଙ୍କ ନିବେଦନ ମୋ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାରେ କୌଣସି ଅଘଟଣ ନଘଟୁ। ଗାଁର ସମସ୍ତ ପରିବାରଙ୍କ ଘର ସମ୍ମୁଖରେ ପୂର୍ଣ୍ଣ କଳସ ସହ ଦୀପ ପ୍ରଜ୍ଵଳନ କରିଥିବା ଦେଖାଯାଏ । କଣ୍ଟାମାଳର ବନ୍ଧପାଲିସ୍ଥିତ ଶ୍ରୀରାମ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟାପଡ଼ାର ରଘୁନାଥ ମଣ୍ଡପରେ ବୈଠକ ମହାମନ୍ତ୍ର ଚାଲିଥିବା ସ୍ଥଳେ ଶ୍ରୀରାମ ମଣ୍ଡପରେ ରାମଙ୍କ ମନ୍ତ୍ର ଗାନ ଚାଲିଛି । କେଉଁଠି ପାରାୟଣ ଚାଲିଥିବାବେଳେ କେଉଁଠି କିର୍ତ୍ତନ୍ୟଧାରା ତ କେଉଁଠି ବାଇକ ରାଲିରେ ଏମନ୍ଦିରରୁ ସେ ମନ୍ଦିରକୁ ଯାଇ ପ୍ରଭୁ ଭିକ୍ଷା କରୁଛନ୍ତି। ପ୍ରତ୍ୟେକ ଗ୍ରାମରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବୋଧହୁଏ ଭାରତ ବର୍ଷରେ ପ୍ରଥମ ପର୍ବ ଭାବେ ଜାତି ଧର୍ମ ବର୍ଣ୍ଣ, ଧନୀ ଗରିବ ସମସ୍ତେ ଉକ୍ତ ଉତ୍ସବକୁ ପାଳନ କରୁଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button