ବୈରୀ ଗ୍ରାମ ପରିକ୍ରମା କଲେ ଶତାଧିକ ଶ୍ରୀରାମ୍ ଭକ୍ତ।


ପବିତ୍ର ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ଅଯୋଧ୍ୟା ଠାରେ ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରପଲ୍ଲୀରେ ଶ୍ରୀରାମ୍ ପ୍ରେମୀ ଭକ୍ତଙ୍କ ପକ୍ଷରୁ ଭବ୍ୟ ବ୍ୟବସ୍ଥା କରାଯାଇଥିଲା ବେଳେ ସହିଦ୍ ଭଗତ୍ ସିଂହ ରାଷ୍ଟ୍ରୀୟ ସ୍ୱୟଂ ସେବକ ଓ ସରସ୍ବତୀ ଶିଶୁ ମନ୍ଦିର ସହଭାଗୀତାରେ ଏକ ସୁସଜ୍ଜିତ ଗେରୁମୟ ଶୋଭାଯାତ୍ରା ଶ୍ରୀଜଗନ୍ନାଥ ମନ୍ଦିର ରୁ ବାହାରି ଗ୍ରାମର ସମସ୍ତ ଦେବାଦେବୀ ପୀଠ ଓ ଗ୍ରାମଦେବୀ ଙ୍କ ପୀଠ ସ୍ପର୍ଶ କରି ହନୁମାନ ମନ୍ଦିର ଠାରେ ସମାପ୍ତ ହୋଇଥିଲା।କୁନିକୁନି ୪ ଜଣ କଳାକାର ଶ୍ରୀରାମ୍, ଅନୁଜ ଲକ୍ଷଣ, ମାତା ସୀତା,ପବନ ପୁତ୍ର ହନୁମାନ ବେଶରେ ସୁସଜ୍ଜିତ ହୋଇ ଶୋଭାଯାତ୍ରାରେ ପଦଯାତ୍ରା କରିଥିଲେ।
ଜୟ ଶ୍ରୀ ରାମ ନାରାରେ ଗଗନ ପବନ ପ୍ରତିଧ୍ୱନୀ ହୋଇପଡିଥିଲା ।ଗ୍ରାମର ମହିଳା ମାନେ ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି, ଧୂପ,ଦୀପ ଦେଇ ଶୋଭାଯାତ୍ରା ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଶଂଙ୍କିର୍ତ୍ତନ ମଣ୍ଡଳି ପକ୍ଷରୁ ହରିନାମ ଗାନ କରାଯାଇଥିଲା।ଶେଷରେ ଶିଶୁ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଆଜିକାର କାର୍ଯ୍ୟକ୍ରମ ଗ୍ରାମରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।



