Education

ବିନିକା ବ୍ଲକର ବାଉଁଶୁଣୀ ଦଧିବାମନ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନ ଶିଳତା କାର୍ଯ୍ୟକ୍ରମ

 

ବିନିକା, ୨୨/୧ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଦଧିବାମନ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହେମଳତା ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟଳୟର ଓଡ଼ିଆ ଅଧ୍ୟାପକ ସରୋଜ ବଡ଼ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିପାଲି ପ୍ରାର୍ଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାମୋହନ ହୋତା। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଶୋକ କଅଁର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଚାରୋଟି ବିଭାଗରେ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା। ସାହିତ୍ୟ ସୃଜନୀରେ ଜାଗୃତି ବାରିକ, ଜିଜ୍ଞାସାରେ ପ୍ରିତି ପ୍ରିୟଦର୍ଶିନୀ କୁମ୍ଭାର, କୁଶଳୀରେ ପୀତବାସ ମେହେର ଏବଂ କ୍ରିଡାଙ୍ଗନାରେ ଗୁପ୍ତେଶ୍ଵର ସା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶିକ୍ଷକ ରାଜେଶ ସାହୁ, ବିଶ୍ଵନାଥ ପାଣ୍ଡେ, ଶିକ୍ଷୟିତ୍ରୀ ମିତା ଭୋଇ ସହଯୋଗ କରିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ପଦ୍ମିନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ

Related Articles

Back to top button