Education

ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ୪ ଟି ବିଦ୍ୟାଳୟକୁ କମ୍ପ୍ୟୁଟର ପ୍ରଦାନ।

କଣ୍ଟାମାଳ,ତା ୨୧-୧-୨୪: (ପ୍ରଭାତ କୁମାର ସାହୁ) ବସନ୍ତ ସୋସିଆଲ ଫାଉଣ୍ଡେସନ, ନୂଆଁଦିଲ୍ଲୀ ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କମ୍ପ୍ୟୁଟର ପ୍ରଦାନ କରାଯାଇଛି। ଶିକ୍ଷା, ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରି ଆସୁଥିବା ଏହି ଫାଉଣ୍ଡେସନର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ପ୍ରଥମ ପର୍ଯ୍ୟାୟରେ ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଖଇରମାଳ, କପାଶିରା ଏବଂ ଖଟଖଟିଆ ୪ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହା ପ୍ରଦାନ କରିଛନ୍ତି। ବର୍ତ୍ତମାନ ର ଡିଜିଟାଲ ତଥା କମ୍ପ୍ୟୁଟର ଯୁଗରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାହାର ଅଭାବ ଥିବାରୁ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ତୁଳନାରେ ବହୁ ପଛରେ ପଡ଼ି ରହୁଛନ୍ତି। ସରକାରୀ ସ୍କୁଲର ଗରିବ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଫାଉଣ୍ଡେସନ ଗୁରୁତ୍ଵ ପ୍ରଦାନ କରିଛି। ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ଭାରତୀୟ ବ୍ୟାଙ୍କ ସଂଘର ବରିଷ୍ଠ ପରାମର୍ଶ ଦାତା ବିକାଶ ନାରାୟଣ ମିଶ୍ର(ନୂଆଁଦିଲ୍ଲୀ) ମୁଖ୍ୟ ଅତିଥି ଏବଂ କେ ସି ଝା (ଏ ଜି ଏମ, ଆଇ ଆଇ ଏଫ୍ ସି ଏଲ , ନୂଆଁଦିଲ୍ଲୀ) ସମ୍ମାନିତ ଅତିଥିଭାବେ ଯୋଗ ଦେଇ ୪ଟି ସ୍କୁଲକୁ ଯାଇ ଶୁକ୍ରବାର କମ୍ପ୍ୟୁଟର ପ୍ରଦାନ

 କରିଥିଲେ। ଏହି ମହତ କାର୍ଯ୍ୟକୁ ଅଧିକରୁ ଅଧିକ ସରକାରୀ ସ୍କୁଲକୁ ସମ୍ପ୍ରସାରଣ କରିବା ପାଇଁ ନୂଆଁଦିଲ୍ଲୀର ଆଇ ଆଇ ଏଫ୍ ସି ଏଲ ବସନ୍ତ ସୋସିଆଲ ଫାଉଣ୍ଡେସନ ସହ ହାତ ମିଳାଇ ସହଭାଗିତା ହେବାକୁ ଏହାର ଏ ଜି ଏମ କେସି ଝା ଯୋଗ ଦେଇଥିବା ବଣ୍ଟନ କାର୍ଯ୍ୟକ୍ରମରେ ଇଚ୍ଛା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମନମୁଣ୍ଡା ସି ଆର୍ ସି ସି ପ୍ରଜିନା ପାଢ଼ୀ ଉପସ୍ଥିତ ଥିଲାବେଳେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି ବୈଦ୍ୟନାଥ ହୋତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବସନ୍ତ ସୋସିଆଲ ଫାଉଣ୍ଡେସନର ଏହି ମହତ୍ କାର୍ଯ୍ୟକୁ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର୍, କଣ୍ଟାମାଳ ବି ଇ ଓ ସନୋଜ ସେଠୀ, ଏ ବି ଇ ଓ ଦୁର୍ଗା ଚରଣ ପ୍ରଧାନ ଭୂୟସୀ ପ୍ରଶଂସା କରିଛନ୍ତି।ଉଦଘାଟନୀ ଉତ୍ସବରେ ମନମୁଣ୍ଡାରେ ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ପୁରୋହିତ, ଶିକ୍ଷୟତ୍ରୀ ରୀନାରାଣୀ ବସ୍ତିଆ, ସସ୍ମିତା ମେହେର,ତପସ୍ଵିନୀ ବାରିକ, ସ୍ୱାଗତିକା ମିଶ୍ର, ଶିକ୍ଷକ ଭରତ ସେନାପତି, ଖଇରମାଳରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପ୍ରଧାନ, ଶିକ୍ଷକ ଶରତ କୁମାର ସାହୁ, ମନୋଜ କୁମାର ସାହୁ, ଶିକ୍ଷୟତ୍ରୀ ରେଣୁବାଳା ଦନ୍ତା, କପାଶିରା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପାଣିଗ୍ରାହୀ, ଶିକ୍ଷୟତ୍ରୀ ଯଶୋବନ୍ତି କହଁର,ମମତା ମହାଳିକ,ନିରୁପମା ଭୋଇ, ଉତ୍ପଳିକାରାଣି ମିଶ୍ର,ସସ୍ମିତା ବେହେରା, ଶିକ୍ଷକ ପରମେଶ୍ବର ମେହେର ଏବଂ ଖଟଖଟିଆ ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଶତପଥୀ, ଶିକ୍ଷୟତ୍ରୀ ସ୍ନେହପ୍ରଭା ମହାପାତ୍ର,ଦିପ୍ତିମୟୀ ବୈଠାରୁ,ବନିତା ମେହେର,ଶିକ୍ଷକ ନୃପମଣି ମହାଳିକ,ସୁରେନ୍ଦ୍ର କମ୍ପ,ସମୀର ପ୍ରଧାନ ମାନେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ବସନ୍ତ ସୋସିଆଲ ଫାଉଣ୍ଡେସନକୁ କୃତଜ୍ଞତା ଜ୍ଞାପନ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button