ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଦଶମ ସଂସ୍କରଣ ଅନୁଷ୍ଠିତ


-ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଦେଓଗାଁର ପ୍ରସିଦ୍ଧ ବଳଦେବ ଜୀଉଙ୍କ ଐତିହ୍ଯ ସଂପନ୍ନ ମନ୍ଦିର ବୁଲି ଦେଖିଥିଲେ ପଦଯାତ୍ରୀ । ଏହି ମନ୍ଦିରର ସବିଶେଷ ତଥ୍ଯ ସଂପର୍କରେ ମୂଖ୍ୟ ସେବାୟତ ବିଜୟ କୁମାର ମିଶ୍ର ସୂଚନା ଦେବା ସହ
ମନ୍ଦିରର ଦୈନିକ ନୀତିକାନ୍ତି ସମ୍ବନ୍ଧରେ ସୂଚନା ଦେଇଥିଲେ। ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ସନ୍ନିକଟ ଏହି ମନ୍ଦିରରେ କେବଳ ଶ୍ରୀ ବଳଦେବ ଓ ଜଗନ୍ନାଥ ମହାପ୍ରଭୂ ପୂଜା ପାଉଥିବା ବେଳେ ମାଆ ସୂଭଦ୍ରାଙ୍କ ପୂଜା ହୁଏନାହିଁ। କିମ୍ବଦନ୍ତୀ ଅନୁଯାୟୀ ବର୍ଷ ବର୍ଷ ଧରି ମାଆଙ୍କର ଅବୟବ ତଳମୁହାଁ ହୋଇ ଗର୍ଭଗୃହ ବାହାରେ ରହିଛନ୍ତି ମନ୍ଦିର ଗର୍ଭଗୃହଠାରୁ ମନ୍ଦିର ମୂଖଶାଳାଟି ବଡ ଆକାରର ହୋଇଥିବା ବେଳେ ପ୍ରାଚୀନ ଶୈଳୀରେ ନିର୍ମିତ ମନ୍ଦିରର ସମ୍ମୁଖ ଭାଗରେ ରହିଛି ଦେବ ବିବାହ ମଣ୍ଡପ। ଗ୍ରାମାଞ୍ଚଳଟି ଦେବପୀଠରେ ପରିପୂର୍ଣ୍ଣ ହୋଇଥିବାରୁ ଦେଓଗାଁ ବା ଦେବଗ୍ରାମ ନାମରେ ନାମିତ ହୋଇଛି। ପଦଯାତ୍ରାର ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ତତ୍ତ୍ବାବଧାନରେ ଆଜିର ପଦଯାତ୍ରାରେ ଶିକ୍ଷାବିତ୍ ପ୍ରଫେସର ଭବାନୀ ଶଙ୍କର ମିଶ୍ର, ବିଶ୍ବରଞ୍ଜନ ଦେହୁରୀ ,ଶିକ୍ଷାବିତ୍ ବିପିନ ବିହାରୀ ପାଣୀ ତଥା ଢେଙ୍କାନାଳ ମହାବିଦ୍ୟାଳୟର ଅନେକ ଐତିହ୍ୟ ପ୍ରେମୀ ଛାତ୍ରଛାତ୍ରୀ ଯୋଗଦେଇ ମନ୍ଦିର ଓ ପୀଠର ଐତିହାସିକ ତଥ୍ଯ ସଂଗ୍ରହ କରିଥିଲେ। ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ



