କୋଡ଼ିବାହାଲ ସ୍ଥିତ ଭୀମ ଭୋଇ ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ଉଦଯାପିତ ,


କଣ୍ଟାମାଳ, ତା ୨୧/୧:(ପ୍ରଭାତ କୁମାର ସାହୁ)ସେବା କରିବାକୁ ହେଲେ ତନ ମନର ଆବଶ୍ୟକତା ରହିଛି। ଧନର ଆବଶ୍ୟକତା ନଥିବା ନେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ସ୍ଥିତ କୋଡ଼ିବାହାଲ – କୁରୁକୁପାସ୍ଥିତ ଭୀମ ଭୋଇ ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କଣ୍ଟମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ଯୋଗ ଦେଇ ଉକ୍ତ ଅନୁଷ୍ଠାନର ଅଗ୍ରଗତି ଦେଖି ମନ୍ତବ୍ୟ ରଖିଥିଲେ। ଉକ୍ତ ଅନୁଷ୍ଠାନର ନିର୍ଦ୍ଦେଶକ ମନବୋଧ ନନ୍ଦଙ୍କ ସଭାପତିତ୍ଵ ଅନୁଷ୍ଠିତ ସଭାରେ ଶ୍ରୀରଣାଙ୍କ ସହିତ ମୂଖ୍ଯବକ୍ତାଭାବେ କଳାହାଣ୍ଡିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବରୁଣ ସୁନା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଶିକ୍ଷାବିତ ନିଳାଚଳ ଭୋଇ, ଉପଦେଷ୍ଠା ବିପିନ ଭୋଇ, ସମାଜସେବୀ ପ୍ରଶାନ୍ତ ରଣା, ଜୟ କିଶୋର ରଣା ଓ ନିରଞ୍ଜନ ମଲିକ ଯୋଗ ଦେଇ ଅନୁଷ୍ଠାନର ନିର୍ଦ୍ଦେଶକଙ୍କୁ ବହୁ ପ୍ରଶଂସା କରିବା ସହିତ ବର୍ତ୍ତମାନ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ସେବାଭଳି ଅନୁଷ୍ଠାନର ଆବଶ୍ୟକତା ଏବଂ ଏହାର କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ। ଉତ୍ସବର ପ୍ରାରମ୍ଭରେ ଦିବ୍ୟାଙ୍ଗ ଛାତ୍ର ସ୍ଵାଗତ ସଙ୍ଗିତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଦଶ ବର୍ଷ ଧରି ଉକ୍ତ ଅନୁଷ୍ଠାନକୁ ବିଦ୍ୟାଳୟ କରିବାପାଇଁ ବିନାମୂଲ୍ୟରେ ଗୃହ ଯୋଗାଇଥିବାରୁ ଅନୁଷ୍ଠାନ ତରଫରୁ ଦେଓ ବେହେରାଙ୍କୁ, ଅନୁଷ୍ଠାନ ସହିତ ସବୁବେଳେ ସହଯୋଗ କରୁଥିବା ନିଳାଚଳ ଭୋଇ ଓ ବିପିନ ଭୋଇଙ୍କୁ ସମ୍ମାନୀତ କରିଥିଲା। ଶିକ୍ଷକ ଘନଶ୍ୟାମ ପ୍ରଧାନ ଅତିଥି ପରିଚୟ ଓ ମଞ୍ଚ ସଞ୍ଚାଳନ କରିଥିବା ସ୍ଥଳେ ଶିକ୍ଷକ ରାହାସ ବିଭାର ବାର୍ଷିକ ବିବରଣୀ ପାଠ କରିଥିଲେ। ନିର୍ଦ୍ଦେଶକ ମନବୋଧ ନନ୍ଦ ଧନ୍ୟବାଦ ଦେଇଥିଲେ।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଞ୍ଚଳର କୁନିକୁନି ଶିଶୁ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚଗୀତ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ଉକ୍ତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




