Religion

ମାହେଶ୍ୱରୀ ଡୁମାଲ ଯାତ୍ରା ଶୁଭାରମ୍ଭ

 

ଉଲୁଣ୍ଡା ୨୧/୦୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଡୁମାଲ ସମାଜ ଓ ରାଜ୍ୟ ଡୁମାଲ ପରିଷଦ ସୁବର୍ଣ୍ଣପୁର ମିଳିତ ଆନୁକୁଲ୍ୟ ରେ ମାହେଶ୍ୱରୀ ଡୁମଳ ଯାତ୍ରା -୨୦୨୪ ଉଲୁଣ୍ଡା ଠାରେ ଶୁଭାରମ୍ଭ ହୋଇଛି।

ପୂର୍ବାହ୍ନ ୮ ଘଟିକ।ରେ ମା ହେଶ୍ୱରି ପୀଠ ଉଲୁଣ୍ଡା ରେ ପୂଜା ଅର୍ଚ୍ଚନା ପରେ ଏକ ବିରାଟ ପଟୁଆରରେ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀ ଙ୍କ ସହ ୫ ହଜାରରୁ ଊର୍ଦ୍ଧ୍ଵ ୬୦ ଘର ଡୁମାଲ ଜାତି ସମାଜ ର ପୁରୁଷ ମହିଳା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇ ଥିଲେ।ସେଠାରେ ମା ମାହେଶ୍ୱରୀ ଙ୍କ ସ୍ଥାପନ ପରେ ପ୍ରସାଦ ସେବନ ହୋଇଥିଲା। ପ୍ରସାଦ ସେବନ ପରେ ବିଭିନ୍ନ ଜିଲ୍ଳା ରୁ ଆସିଥିବା ମାହେଶ୍ୱରୀ ପୂଜକ, ଦେହେରୀ, ବେଜୀ , ଡୁମାଲ ଜାତି ର ନିର୍ବାଚିତ ପ୍ରତିନିଧି,ନେତ୍ରୁ ମଣ୍ଡଳୀ ଙ୍କୁ ରାଜ୍ୟ ଡୁମାଲ ପରିଷଦ ସଭାପତି ଶ୍ରୀ ଦୟାସାଗର ମେଣ୍ଡିଲି ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଧନା ସଭାରେ ରାଜ୍ୟ ଡୁମାଲ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଦସ୍ୟ ମୀନକେତନ ମହାକୁର୍ ପରିଚାଳନା କରିଥିଲେ।ଯାତ୍ରା କମିଟି ସଭାପତି ରାଧା ଚରଣ ମହାକୁର,ସମ୍ପାଦକ ବସୁ ଭୋଇ, ଜିଲ୍ଲା ସଭାପତି ଅଶ୍ଵିନୀ ମହାକୁର୍, ରଜ୍ୟ ଉପସଭାପତି ଲୋକନାଥ ମାହାର,ପ୍ୟାରୀ ମହାକୁର, ଉତ୍ତର ପାତ୍ର, ଝସକେତନ ବଘାର, ରାମଜୀ ବିଶ୍ଵାଳ, ମିତ୍ରଭାନୁ ମହାକୁର୍, କିଶୋର କମୀ, ଲକ୍ଷ୍ମଣ ବସ୍ତିଆ, ଚନ୍ଦ୍ର କାନ୍ତ ପଧାନ ସମେତ ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ। କୃଷ୍ଣଚନ୍ଦ୍ର କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ଯକ୍ରମ ଚାଲିଥିଲା।

Related Articles

Back to top button