Religion

ମତ୍ତଗଜପୁର ଗ୍ରାମରେ ପାଳିତ ହେଲା ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଜୟନ୍ତୀ ଉତ୍ସବ

ତିର୍ତ୍ତୋଲ –: ପରମ ପ୍ରେମମୟ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ମହତ ବାଣୀ କୁ ପରମପୂଜ୍ୟ ଆଚାର୍ଯ୍ୟ ଦେବ ଛାଣି ଛାଣି ଗ୍ରହଣ କରୁଥିଲେ !ଯାହା ଭଲ ଲାଗୁଥିଲା ତାହା କାର୍ଯ୍ୟରେ ପରିଣତ କରୁଥିଲେ, ଯାହା ଭଲ ଲାଗୁ ନଥିଲା ତାହାକୁ ସେ ତ୍ୟାଗ କରୁଥିବାର ଶୁଣିବାକୁ ମିଳିଥିଲା -ମତ୍ତଗଜପୁର ସ୍ଥିତ ସତସଙ୍ଗ ବିହାର କାର୍ଯ୍ୟକ୍ରମରେ !ତେଣୁ ସମସ୍ତ ମାନବ ଭଲକୁ ଭଲଭାବେ ଗ୍ରହଣ କରି ମନ୍ଦକୁ ପରିତ୍ୟାଗ କରି ପାରିଲେ, ଈଶ୍ୱରଙ୍କ ସାନିଧ୍ୟ ପ୍ରାପ୍ତି ହୋଇଥାଏ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମସ୍ଥିତ ସତସଙ୍ଗ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଜୟନ୍ତୀ ତଥା ଊନବିଂଶ ତମ ଶ୍ରୀବିଗ୍ରହ ସ୍ଥାପନର ବାର୍ଷିକ ଉତ୍ସବ !ପ୍ରାତଃ ୯ ଘଟିକା ସମୟରେ ସଦଭକ୍ତମାନଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ନଗର ପରିକ୍ରମା କରାଯାଇ ଥିବା ବେଳେ ,ପୁରୁଷ ଓ ମହିଳା ଦୁଇଟି ମଞ୍ଚରେ ଭଜନ କାର୍ଯ୍ୟକ୍ରମ ସହିତ ଶ୍ରୀଶ୍ରୀ ଠାକୁରଙ୍କ ପ୍ରବଚନ ପ୍ରଦାନ କରାଯାଇଥିଲା !ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ସାହସ୍ରାଧିକ ଗୁରୁ ଭ୍ରାତା ଓ ଗୁରୁମାଆ ମାନେ ପରିବାର ସହିତ ଯୋଗଦେଇ ଶ୍ରୀଶ୍ରୀ ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିବାର ଦେଖିବାକୁ ମିଳିଥିଲା ! ପ୍ରବଚନ ଶେଷରେ ପ୍ରସାଦ ସେବନ କରି ଉପସ୍ଥିତ ଭକ୍ତ ମଣ୍ଡଳୀ ଆପ୍ୟାୟିତ ହୋଇଥିଲେ ! ଏହି ପରିପ୍ରେକ୍ଷୀରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ଓ ଔଷଧ ବଣ୍ଟନ ର ସୁବିଧା ଉପଲବ୍ଧ ଥିବାରୁ ଅନେକ ଅସୁସ୍ଥ ବ୍ୟକ୍ତି ଏହାର ଫାଇଦା ଉଠାଇଥିଲେ ! ଏହି ସମସ୍ତ କାର୍ଯ୍ୟକ୍ରମ କୁ ଉତ୍ସବ କମିଟିର ସଭାପତି ନାନୁ ଚରଣ ରାଉତ, ଡକ୍ଟର ନଗେନ୍ଦ୍ର ନାଥ ସ୍ୱାଇଁ, ରତ୍ନାକର ନାୟକ, ବାନାମ୍ବର ପୃଷ୍ଟି, ବିଭୁତି ମହାନ୍ତି, ନିର୍ମଳ ଜେନା, ଫକୀର ଜେନା, ଅଧୀର ପରିଡା, ରବୀନ୍ଦ୍ର ମହାପାତ୍ର, ଅର୍କଜ୍ୟୋତି ପାଣି, ନିରଞ୍ଜନ ସେଠୀ ପ୍ରମୁଖ ସୁପରିଚାଳନା କରିଥିବା ବେଳେ ପ୍ରସାଦ ସେବନ ଓ ଅନ୍ୟାନ୍ୟ ସହଯୋଗରେ ବେଦଦ୍ୟୁତି ପୃଷ୍ଟି, ରବୀନ୍ଦ୍ର ମଲ୍ଲିକ, ବିଭୁତି ପୃଷ୍ଟି ନିଶିଥ ସ୍ୱାଇଁ, ଲିଙ୍ଗରାଜ ରଣା, ସୁରେନ୍ଦ୍ର ପୃଷ୍ଟି ପ୍ରମୁଖ ସକ୍ରିୟ ଭାବେ ଦାୟିତ୍ୱ ବହନ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button