Education

ରାଜନଗର ରେ ବୁଢାଦେଓଙ୍କ ବାର୍ଷିକ ଉତ୍ସବ ଉଦଯାପିତ

 

ଉଲୁଣ୍ଡା ୨୧/୦୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସପତ୍ରାପାଲି ପଞ୍ଚାୟତ 

ଅନ୍ତର୍ଗତ ରାଜନଗର ଠାରେ

ବୁଢାଦେଓଙ୍କ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି l ଏଥିରେ ଗୋଣ୍ଡ ସମାଜ ରାଜ୍ୟ କାର୍ଯକାରିଣୀ ସଦସ୍ୟ ବାମନ ଧରୁଆ ଙ୍କ 

ସଭାପତିତ୍ୱରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ଭୋଇ,ସମ୍ମାନିତ ଅତିଥି ଭାବରେ ଗଣ୍ଡ ସମାଜ ଜିଲ୍ଲା ସଭାପତି ବିରାଜ ଭୋଇ,ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା ,ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଲମ୍ବୋଦର ଧରୁଆ,ଗୋଣ୍ଡ ସମାଜ ଜିଲ୍ଲା ସମ୍ପାଦକ ବିରଞ୍ଚି କୁଆଁର,ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ଉପସଭାପତି ଗୁପ୍ତେଶ୍ୱର ମଲ୍ଲିକ,ଏସ ପତ୍ରାପାଲି ସରପଞ୍ଚ ସନାତନ ମହାଲିଙ୍ଗ,ବ୍ଳକ ଆଦିବାସୀ କଲ୍ୟାଣ ସଂଘ ସଭାପତି ନନ୍ଦନ ବାରିକ,ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ସଙ୍ଘ କୋଡିନେଟର ଆଡବାକ ସାର, ଡୁଙ୍ଗୁରିପାଲି ବ୍ଲକ ସଭାପତି ସାହେବ ଭୋଇ,ସୋନପୁର ବ୍ଲକ ସଭାପତି

ପ୍ରମୋଦ ଧରୁଆ ଯୋଗ ଦେଇ ବୁଢାଦେଓ ବାର୍ଷିକ ଉତ୍ସବ ଉପରେ ଆଲୋକପାତ କରିଥିଲେ।ଏଥିରେ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବା ବେଳେ ଜୟକୃଷ୍ଣ ମାଝୀ ଧନ୍ୟବାଦ ଅର୍ପଣ ଦେଇଥିଲ l ଏହା ପରେ ୪୦ଜଣ କୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏଥିରେ ଲିଙ୍ଗରାଜ, ତ୍ରିନାଥ ଭୋଇ, ପୂର୍ଣଚନ୍ଦ୍ର ମାଝୀ, ତହସିଲ ମାଝୀ, ଯଦୁ ମାଝୀ, ମଗନ ପଧାନ, ମାଧବ ବାରିକ, ରମା ବଲ୍ଲଭ ପଧାନ ପ୍ରମୁଖ ସହଯୋଗ କରିଥିଲେ l

Related Articles

Back to top button