Education

ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଢେଙ୍କାନାଳ ଜିଲ୍ଲା ପାଇଁ କନିଷ୍ଠ ଶିକ୍ଷକ ( schematic)-୨୩ ପାଇଁ ଆବେଦନ କରିଥିବା ପ୍ରାର୍ଥୀ/ ପ୍ରାର୍ଥୀନୀ ମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା

 

ତା ୨୦.୧.୨୪ ରିଖରେ ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଢେଙ୍କାନାଳ ଜିଲ୍ଲା ପାଇଁ କନିଷ୍ଠ ଶିକ୍ଷକ ( schematic)-୨୩ ପାଇଁ ଆବେଦନ କରିଥିବା ପ୍ରାର୍ଥୀ/ ପ୍ରାର୍ଥୀନୀ ମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା। ଆଜି ବର୍ଗ -୧ ( କଳା ଓ ବିଜ୍ଞାନ)(ପ୍ରଥମରୁ ପଞ୍ଚମ) ପାଇଁ ୩୫୦ ଜଣ ପ୍ରାର୍ଥୀ/ ପ୍ରାର୍ଥୀନୀଙ୍କର ସାର୍ଟିଫିକେଟ ଯାଞ୍ଚ ଧାର୍ଯ୍ୟ କରାଯାଇଥିବା ବେଳେ ସେଥମଧ୍ୟରୁ ବର୍ଗ -୧ ( କଳା ଓ ବିଜ୍ଞାନ)ରେ ମୋଟ ୩୨୬ ଜଣ ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ୨୪ ଜଣ ଅନୁପସ୍ଥିତ ରହିଥିଲେ। ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରାର୍ଥୀ/ ପ୍ରାର୍ଥୀନୀମାନଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀମତୀ ବିନୀତା ସେନାପତି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ସାର୍ଟିଫିକେଟ ଯାଞ୍ଚ କରିଥିଲେ। ଏହି ପ୍ରକ୍ରିୟାରେ ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ସହାୟତା କରିଥିଲେ।

Related Articles

Back to top button