Education

ପେଣ୍ଡାଣୀ ମହାବିଦ୍ୟାଳୟ , ଉମରକୋଟ ରେ ଆଜି ନୂଆ ଠ ପ୍ରଜୋଜିତ ଓଡିଆ ଭାଷା ବିଶ୍ଵ ସମ୍ମିଳନି ଉଜ୍ଜପିତଉତ୍ସବ ମହାସମାରୋହ ରେ ପାଳିତ

ପେଣ୍ଡାଣୀ ମହାବିଦ୍ୟାଳୟ , ଉମରକୋଟ ରେ ଆଜି ନୂଆ ଠ ପ୍ରଜୋଜିତ ଓଡିଆ ଭାଷା ବିଶ୍ଵ ସମ୍ମିଳନି ଉଜ୍ଜପିତଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଦିର୍ଘ ପାଞ୍ଚ ଦିନ ଧରି ଏହିଉତ୍ସବପାଳନ କରାହୋଇଥିଲା। ଆଜିର ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ବଲ୍ଲଭ ରାଉତ,ଓଡ଼ିଆସାହିତ୍ୟ ଏକାଡେମିର ସଦସ୍ୟ, ଜଣେ ସୁସାହିତ୍ୟକ, ଲେଖକ, ପ୍ରବନ୍ଧକ ଓ ସୁବକ୍ତା , ଶ୍ରୀଗୋପାଳ ମହାରଣା, ଝରିଗାଁ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ତଥା ଖ୍ୟାତନାମା ନାଟ୍ୟକାର ଓ ଶ୍ରୀବଂଶୀଧର ଭୂୟାଁ, ଶିକ୍ଷାବିତ , ଓଷ୍ଟା ସଂପାଦକ ତଥା ଜଣେ ସୁସଂଗଠକ ଓ ସମାଜସେବି ଯୋଗଦାନ କରିଥିଲେ। ସମ୍ମିଳନିରେ ପୌରହିତ୍ୟ କରିଥିଲେ ପେଣ୍ଡାଣୀ ମହାବିଦ୍ୟ।ଳୟର ଅଧ୍ୟକ୍ଷ ଡଃ ଅନୀଳ କୁମାର ମିଶ୍ର, ଓ ପରିଚାଳନା କରିଥିଲେ ଡଃ ଶେଷାନନ୍ଦ ମିଶ୍ର। ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ସହ ଓଡ଼ିଆ ସଂସ୍କୃତିର ସମ୍ମିଳନ ବିଷୟରେ ଅତି ସୁନ୍ଦର ଅଭିଭାଷଣ ଦେଇଥିଲେ। ଯାହା କି ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରମୁଗଧ୍ୟ କରିଦେଇ ଥିଲା। ଶ୍ରୀଜଗନ୍ନାଥ ଙ୍କ ଧୂନି ରେ ମହାବିଦ୍ୟାଳୟର ସଭାଗୃହ ପ୍ରକମ୍ପିତ ହୋଇଯାଇଥିଲା।ପ୍ରଧାପକ ଦିବାକର ପଟ୍ଟନାୟକ ଓ ଡଃ ରବିନ୍ଦ୍ର ମିଶ୍ର ସରକାରଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଓଡ଼ିଆ ଭାଷା ଏବଂ ଓଡିଆ ସଂସ୍କୃତିକୁ ଭବିଷ୍ୟତ ରେ ଅଧିକ ବ୍ୟାପକ କରିବା ପାଇଁ ଯୁବଶକ୍ତିକୁ ଆହ୍ଵାନ କରିଛନ୍ତି। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ପରିଶେଷରେ ଅଧ୍ୟାପକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ଅଧାପକ ଚିନୁ ପଟନାୟକ, ଚିନ୍ମୟ ରାଉତ, ସମିର ମହାନ୍ତି, ସୁରଭି ଦାସ, ବୁନୁ ସାମଲ, ଶ୍ଵେତା ଦାସ, ଅଶୋକ କୁଜୁର, ସାଗର, ରଂଜିତା ରଥ , ରିତୁ ଓ ଗାୟତ୍ରି ପ୍ରମୁଖ ଯୋଗ ଦେଇ ସହାୟତା କରିଥିଲେ। ଅଧ୍ୟକ୍ଷ ଡଃ ଅନୀଲ କୁମାର ମିଶ୍ର ଅଣଶିକ୍ଷକ କର୍ମଚାରି ମାନଙ୍କୁ ସମ୍ମାନିତ କରିଥିଲେ। ଏହି ଓଡିଆ ସମ୍ମିଳନୀ ର ଆୟୋଜନ କରିଥିବା ପାଇଁ ଓଡ଼ିଆ ପ୍ରାଧ୍ୟାପକ ଡଃ ଶେଷାନନ୍ଦ ମିଶ୍ରଙ୍କୁ ସର୍ବ ସାଧାରଣରେ ପ୍ରସଂସା କରାଯାଇଛି।

Related Articles

Back to top button