State

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ପରୀକ୍ଷା ଚାପ ମୁକ୍ତ କର୍ମଶାଳା

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ପରୀକ୍ଷା ଚାପ ମୁକ୍ତ କର୍ମଶାଳା – ପରୀକ୍ଷା ରୁତୁ ଆସିବା ପୂର୍ବରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ୍ କ୍ରସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମାନସିକ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗରେ ଚାପ ମୁକ୍ତ ପରୀକ୍ଷା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ତଥା ମୁଖ୍ୟ ଆଲୋଚକ ଭାଗରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପ କାରଣ ଓ ତାର ଲକ୍ଷଣ ଉପରେ ଆଲୋଚନା କରିଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ରୂପକ ମହାପାତ୍ର ନିଜର ବ୍ୟକ୍ତିଗତ ଜୀବନରେ କିପରି ଚାପ ଗ୍ରସ୍ତ ହୋଇ ତାରା ମୁକାବିଲା କରିଛନ୍ତି , ସେ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମୋବାଇଲ ଓ ଇଣ୍ଟରନେଟ୍ ଯୋଗୁଁ କିପରି ଛାତ୍ରଛାତ୍ରୀମାନେ କିପରି ଚାପଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇବା ସହ ନିଜର କ୍ଷତି ସାଧନ କରୁଛନ୍ତି ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା l ତାଲିମ ଦାତା ଭାବରେ ମାନସିକ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା କଳ୍ପନା ସାହୁ ଏବଂ ଉତ୍ତମ କୁମାର ପ୍ରଧାନ ମଣିଷ ର ସମସ୍ତ ପ୍ରକାର ମାନସିକ ଚାପ ର ସମସ୍ତ କାରଣ, ଲକ୍ଷଣ ଏବଂ ତାର ନିରାକରଣ ଉପାୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ଘଟିଥିବା ମାନସିକ ଚାପ ଘଟଣାବଳି ବର୍ଣନା କରିଥିଲେ l ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ଯାପକ ପ୍ରବୀର କୁମାର ଦାସ ଏଥିରେ ସଭାପତିତ୍ୱ କରି କର୍ମଶାଳା କୁ ପରିଚାଳନା କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀମାନଙ୍କୁ କୌଣସି ନlକାରାତ୍ମକ କାର୍ଯ୍ୟ ନକରିବାକୁ ପରାମର୍ଶ ଦେବାସହ ଅଯଥାରେ ଚାପ ଗ୍ରସ୍ତ ନହେବାକୁ ଉପଦେଶ ଦେଇଥିଲେ ଏବଂ ଏପରି କାର୍ଯ୍ୟକ୍ରମ ପାଇଁ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ l ଶେଷରେ ସଂଯୋଜିକା ଶୈଳବାଳା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button