Education

ନୁଆଁ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ଭାଷାର ଉନ୍ନତି ଘଟିଲେ ସାହିତ୍ୟର ପରିପକ୍ୱତା ହେବ


କଣ୍ଟାମାଳ,୨୦।୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଟିକେଏସଏମଆରଜି ଜୁନିଅର କଲେଜରେ ନୁଆଁ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ମୁଖ୍ୟଅତିଥି, ସାମ୍ବାଦିକ ପ୍ରଭାତ କୁମାର ସାହୁ, କବି ବଂଶୀଧର ମାଝୀ, ଅଧ୍ୟାପକ ପରେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସମାଜର ପଥ ପ୍ରଦର୍ଶକ, ଜଗନ୍ନାଥ ସଂସ୍କୃତି ଓ ଓଡିଆ ସାହିତ୍ୟକୁ କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଲୋକାଭିମୁଖୀ କରାଯାଇ ପାରିବ ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ସତ୍ୟନାରାୟଣ ପଣ୍ଡା ଅତିଥି ପରିଚୟ ଓ ଅଧ୍ୟାପକ ଝସକେତନ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଅଧ୍ୟାପକ ପରେଶ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button