Education

ଦିଗୁନମାଳ ହାଇସ୍କୁଲର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ । ଉତ୍ତମ ଶିକ୍ଷା ସମାଜକୁ ନୂତନ ଦିଗଦର୍ଶନ ଦିଏ -ଜିଲ୍ଲାପାଳ

 

କଣ୍ଟାମାଳ,୨୦।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦିଗୁନମାଳ ଉଚ୍ଚ ବିଦ୍ୟାଳୟର ୨୫ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟର ବିକାଶ ମଣ୍ଡପରେ ୨ଦିନ ଧରି ଆୟୋଜିତ ହୋଇଥିବା ରୌପ୍ୟ ଜୟନ୍ତୀ ସମାରୋହ ଶୁକ୍ରବାର ଉଦଯାପିତ ହୋଇଯାଇଛି l ଉଦଯାପନୀ ସନ୍ଧ୍ୟାରେ ସ୍କୁଲ ପରିଚାଳନା କମିଟି ସଭାପତି ଶତ୍ରୁଘନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି, ଲୋକ କବିରତ୍ନ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା, ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ପ୍ରାକ୍ତନ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ଆଇନଜୀବୀ ମନୋଜ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ତମ ଶିକ୍ଷା ସମାଜକୁ ନୂତନ ଦିଗଦର୍ଶନ ଦିଏ ବୋଲି କହିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ ନେତ୍ର କର୍ମୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରେମରାଜ ରଣା ଅତିଥି ପରିଚୟ ଏବଂ ସଭା ପରିଚାଳନା କରିଥିଲେ l ଶତ୍ରୁଘନ ଶତପଥୀ ଧନ୍ୟବାଦ ଦେଇଥିଲେ l ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ହୋଇଥିଲା l ଏହି ଅବସରରେ ଉଚ୍ଚ ପଦପଦବୀରେ ଥିବା ବିଦ୍ୟାଳୟର ପୁରାତନ ମେଧାବୀ ଛାତ୍ରଛାତ୍ରୀ, ପୂର୍ବତନ ଶିକ୍ଷକ, ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ନୃତ୍ୟ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ l ଉପସ୍ଥାପିକା ଅର୍ଚିତା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button