ଘଣ୍ଟାପଡ଼ା ହାଇସ୍କୁଲରେ ଭାଷା, ସାହିତ୍ୟ ସୃଜନଶିଳତା ଉତ୍ସବ


କଣ୍ଟାମାଳ,୧୯।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ସୃଜନଶିଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଘଣ୍ଟାପଡ଼ା ସରପଞ୍ଚ ରିତା କହଁର ମୁଖ୍ୟ ଅତିଥିଭାବେ, କଣ୍ଟାମାଳ ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ସାହୁ ଓ ଶ୍ରୀପତୀ ମଲିକ, ପୁରାତନ ଛାତ୍ର ସୂର୍ଯ୍ୟନାରାୟଣ ସାହୁ, ଚିତ୍ତରଞ୍ଜନ ପାତ୍ର ଓ ପ୍ରଭାତ କୁମାର ସାହୁ ଯୋଗଦେଇ ଭାଷା ସାହିତ୍ୟ,ସୃଜନଶୀଳତା ବିଷୟରେ ବକ୍ତବ୍ୟ ରଖିଥିଲେ l ସହକାରୀ ଶିକ୍ଷକ ଆକାଶ ମେହେର ମଞ୍ଚ ପରିଚାଳନା ଓ ସନ୍ତୋଷ ସାହୁ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ଗୀତ, ନାଚ, କବିତା ପାଠ, ଓ ୪ଟି ବିଭାଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ୪୦୭ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ l କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀଙ୍କ ସହିତ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ /ଅଭିଭାବିକା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଉପସ୍ଥିତ ରହିଥିଲେ ଏବଂ ଉତ୍ସବରେ ଲିପୁନ ପ୍ରଧାନ, ସୁବାସ ସାହୁ, ଶାନ୍ତାନୁ ସେଠୀଙ୍କ ସମେତ ସମସ୍ତ ଶିକ୍ଷକ ଓ କମିଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




