Education

ଚାରିଛକ ରେ କଥା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ…

 

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ପଂଚାୟତ ହାଇସ୍କୁଲ ଚାରିଛକ ଠାରେ ” କଥା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ” ମୋ କଥା ମୋ କାହାଣୀ” ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଗୁଣନିଧି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ “ମୋ ସ୍କୁଲ ” ଅଧ୍ୟକ୍ଷ ବରିଷ୍ଠ ଆଡ଼ଭୋକେଟ ଅକ୍ଷୟ ସାହୁ ଉଦଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ, ସ୍ଥାନୀୟ ଏମ.ଇ ସ୍କୁଲ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା ଏବଂ ବରିଷ୍ଠ ନାଗରିକ ମାଗୁଣି ଗାଇଗୌରିଆ ଯୋଗଦାନ କରି ଏହି ଉତ୍ସବ ପାଳନର ଉଦେଶ୍ୟ ଏବଂ ସଫଳତା ଉପରେ ଆଲୋଚନା କରିଥିଲେ l

ବିଦ୍ୟାଳୟ ଶିକ୍ଷାର୍ଥୀମାନେ “ମୋ କଥା ମୋ କାହାଣୀ’ ନାମରେ ନିଜେ ପୁସ୍ତକ ରଚନା କରିବା ସହିତ ବିଦ୍ୟାଳୟ ସ୍ତରୀୟ ପୁସ୍ତକ ମେଳାରେ ଏଗୁଡିକ ପ୍ରଦର୍ଶନ କରିଥିଲେ lସହ ଆକାଂକ୍ଷୀ ପାଠ୍ୟକ୍ରମ ଆଧୀନରେ ପ୍ରଚଳିତ କ୍ଲବ ସିଷ୍ଟମ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା ।ଓଡି଼ଆ ଭାଷାର କିମ୍ବଦନ୍ତୀ ଲେଖକମାନଙ୍କ ଦ୍ୱାରା ଲିଖିତ ପୁସ୍ତକ, ଗଦ୍ୟ, କାବ୍ୟ, କବିତା ଏବଂ ଉପନ୍ୟାସକୁ ପଠନ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ରୂପାନ୍ତରଣ ସହିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କୌଶଳୀ କ୍ଲବର ଶିକ୍ଷାର୍ଥୀମାନେ ସ୍କ୍ରାଚ୍ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ କ୍ରୀଡ଼ାଙ୍ଗନ କ୍ଲବର ଛାତ୍ରଛାତ୍ରୀମାନେ ସେମାନେ ଦେଖିଥିବା ଜୀବନ କୌଶଳ ପ୍ରଦର୍ଶନ କରିବା ସହିତ ନିଜ ଅନୁଭୂତି ସମ୍ପର୍କରେ ମତାମତ ରଖିଥିଲେ । ଜିଜ୍ଞାସା କ୍ଲବ ଅଧୀନରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯିବା ସହ ଛାତ୍ରଛାତ୍ରୀମାନେ ନିଜ ଆଞ୍ଚଳିକ ଭାଷାରେ ସ୍ଥାନୀୟ ସଂସ୍କୃତି, ଇତିହାସ, ଜଳବାୟୁ ପରିବର୍ତ୍ତନ, ପରିବେଶ, ବର୍ଜ୍ୟବସ୍ତୁର ପରିଚାଳନା ଓ ପୁନଃ ବ୍ୟବହାର ଉପରେ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନ ସଂଯୋଜନା କରିଥିବା ବେଳେ, କ୍ରୀଡା ଶିକ୍ଷକ ପ୍ରଦୀପ୍ତ ସାହୁ, ବିଜ୍ଞାନ ଶିକ୍ଷକ ନାରାୟଣ ଭୋକ୍ତା, ବିଶ୍ୱନାଥ ସାହୁ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ମାନଙ୍କୁ ଆକଳନ କରିଥିଲେ l ଶିକ୍ଷକ ଜିତେନ୍ଦ୍ରନାଥ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button