Education

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଆଜିଛତିଆ ସରକାରୀ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି, ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା ପରିଚାଳନା ସମିତି ସଭାପତି ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ସରପଞ୍ଚ ରମେଶ ପୃଷ୍ଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ, ବରିଷ୍ଟ ପ୍ରାକ୍ତନ ଶିକ୍ଷକ ବାମନ ଚରଣ ସାହୁ ନିତ୍ୟାନନ୍ଦ ପ୍ରଧାନ ପରିଚାଳନା ସମିତି ଉପାଧ୍ୟାକ୍ଷା ସାବିତ୍ରୀ ପଣ୍ଡା ସଭ୍ୟ ଅଜୟ ବେହେରା ତଥା ଅନ୍ୟ ସଭ୍ୟ ମାନେ ଯୋଗ ଦେଇଥିଲେ, ବହୁ ପୁରାତନ ଛାତ୍ର ଓ ଅଭିଭାବକ ମାନେ ପିଲା ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବହି ମେଳା କୌଶଳୀ ଜିଁଜ୍ଞାସା ଓ କ୍ରୀଡ଼ାଙ୍ଗନ କ୍ଲବ ର କାର୍ଯ୍ୟକ୍ରମ ଗୁଡିକୁ ଦେଖି ପ୍ରଂଶସା କରିଥିଲେ, ମଧ୍ୟାହ୍ନ ବିରତି ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ପରିବେଷଣ କରାଯାଇଥିଲା, କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା, ବରିଷ୍ଠ ଶିକ୍ଷକ ଅଶୋକ ପୃଷ୍ଟି ଏହାକୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button