Education

ବାଘପାଲି ରେ ଜାତୀୟ ଯୁବ ସପ୍ତାହ ପାଳିତ ଉଲୁଣ୍ଡା ୧

ଉଲୁଣ୍ଡା ୧୯/୧(ରାଜେଶ କୁମାର ବାଘ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ବାଘପାଲି ଗାଁ ରେ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଆଜି “ସଚେତନତା ଦିବସ” ପାଳନ କରାଯାଇଛି। ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ଚନ୍ଦ୍ରମଣି ଦାସ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା,ବୃକ୍ଷ ରୋପଣ,ଜଳ ସୁରକ୍ଷା,ଶିଶୁ ଶ୍ରମିକ ଉଚ୍ଛେଦ ପ୍ରତି ସର୍ବଦା ସଚେତନ ରହିବା ଉଚିତ। ଏଥିରେ ସ୍ଵେଚ୍ଛାସେବୀ ହୃଷିକେଶ ଦେହେରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା ସମ୍ପାଦକ ହିମାଂଶୁ ପଧାନ କରିଥିଲେ।ଏହି ଅବସରରେ ସେଚ୍ଛାସେବୀ ଧବଳେଶ୍ଵର ଭୁକ୍ତା ତତ୍ତ୍ଵବଧାନରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚନ୍ଦ୍ରମଣି ଦାସ ଯୁବକ ସଂଘ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ସଭାପତି ପଦ୍ମଲୋଚନ ପଧାନ ଧନ୍ୟବାଦ ଅର୍ପଣ ଦେଇଥିଲେ ।

Related Articles

Back to top button