ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର


କଣ୍ଟାମାଳ, ତା ୧୮/୧/୨୪: (ପ୍ରଭାତ କୁମାର ସାହୁ) ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୂଲ୍ୟରେ କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଦିବ୍ୟ ଶଙ୍କର ରାଉତ ମୁଖ୍ୟ ତାଲିମଦାତା, ବ୍ଲକ ସଂସାଧନ କର୍ମୀ ରଞ୍ଜନ କୁମାର ପାତ୍ର ସହ ତାଲିମଦାତା ଭାବେ ଯୋଗଦେଇ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଶିବିରରେ ଉପସ୍ଥିତ ସଂସାଧନ ସଭ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାଶ ଓ ପ୍ରୋଗ୍ରାମ ଅଧିକାରୀ ନିରୋଦ ପାତ୍ର ପ୍ରମୁଖ ଯୋଗଦେଇ ଶିବିରର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ବ୍ଲକର ବିଭିନ୍ନ ପଂଚାୟତରୁ ସଂସାଧନ ସଭ୍ୟମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




