ଗୋରକ୍ଷା ଗୋସେବା ଗୋମାତା – ଏସବୁର ଆଦର୍ଶ କାଳୀକୁଦ ର ଶ୍ରୀୟା ମାତା


କୁଜଙ୍ଗ ::- ମା’ ତୁମେ ମମତାର ସୀମାହୀନ ସାଗର, ମା’ ତୁମେ ଆମ ପାଇଁ ଦେବତାର ମନ୍ଦିର ! ଏହା କୌଣସି ବ୍ୟକ୍ତିର ଭକ୍ତିପୂତ ଭଜନ ନୁହେଁ ! ଜଣେ ସେବିକା ମାଆ ପାଇଁ ଗୋମାତା ମାନଙ୍କର କରୁଣ ନିବେଦନ !ଆଜୀବନ ସନ୍ୟାସିନୀ ଜୀବନ ବିତାଉଥିବା ଜଣେ ତପସ୍ୱିନୀ ମାଆ ! ଯେ କି ୩୦ ରୁ ଅଧିକ ଗାଈ , ଦଶ ରୁ ଅଧିକ ବୃଷଭ, ଦଶ ଟି କୁକୁର ଓ ଏଗାର ରୁ ଅଧିକ ବିରାଡ଼ି ରଖି ତାଙ୍କର ସେବା କରିଚାଲିଛନ୍ତି ! ଏପରି ଅନାହାରୀ ସନ୍ୟାସିନୀ ମାତା ଶ୍ରୀୟା ଦେବୀ ଙ୍କର ବୟସ ୮୫, କିନ୍ତୁ ବାଲ୍ୟ ସୁଲଭ ବ୍ୟବହାର ଓ କାର୍ଯ୍ୟ କଳାପ ଦେଖି ଯେ କେହି ବି ବିହ୍ଵଳ ହୋଇଯିବେ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିକଣୀ ପଞ୍ଚାୟତ ଅଧୀନ କାଳୀକୁଦ ଗ୍ରାମସ୍ଥିତ ଦୟାନିଧି ପରମହଂସ ଦେବ ଙ୍କ ଆଶ୍ରମର ସନ୍ୟାସିନୀ ଶ୍ରୀୟା ଦେବୀ,ଦୀର୍ଘ ବର୍ଷ ହେବ ନିଜ ହେଫାଜତ ରେ ଗୋମାତା ମାନଙ୍କୁ ବୃଷଭ ସହିତ ରଖି ସେବା କରି ଆସୁଛନ୍ତି ! ନିଜେ ନିରାହାରି ମାତ୍ର ଆଖପାଖ ଗ୍ରାମ ମାନଙ୍କରୁ ଭିକ୍ଷା କରି ଗାଈଗୋରୁ ବିରାଡ଼ି କୁକୁରଙ୍କୁ ରନ୍ଧନ ଖାଦ୍ୟ ଦେଇ ସୁରକ୍ଷା ଯୋଗାଇ ଆସୁଛନ୍ତି ! କିନ୍ତୁ ବୟସ ଅଧିକ ହୋଇଯିବାରୁ ଏତେ ଗୁଡିଏ ଗୋମାତା ଙ୍କ ସେବା କରିବାକୁ ଅକ୍ଷମତା ଅନୁଭବ କରି,କୁଜଙ୍ଗର ଆଡ଼ଭୋକେଟ ହୃଷିକେଶ ନନ୍ଦ ଙ୍କ ଦ୍ୱାରା ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଯେକୌଣସି ଗୋଶାଳା କୁ ଗୋମାତା ମାନଙ୍କୁ ସ୍ଥାନାନ୍ତର ନିମନ୍ତେ ପରାମର୍ଶ କରିବାକୁ ଡକାଇବାରୁ, ଶ୍ରୀମତୀ ଆଚାର୍ଯ୍ୟ ଫାଉଣ୍ଡେସନ ର ସଦସ୍ୟ ଶରତ କୁମାର ଦାଶ, ରଞ୍ଜନ କୁମାର ମଲ୍ଲିକ, ଭାଗବତ ପ୍ରସାଦ, ମନୋଜ କୁମାର ପ୍ରଧାନ ଓ ବାସୁଦେବ ଦାସ ଙ୍କ ସହିତ ଆଶ୍ରମ ପରିଦର୍ଶନ କରିଥିଲେ ! ଯଦିଓ ଆଶ୍ରମ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ, ଆଶ୍ରମ ରେ ବିଭିନ୍ନ ଆଧ୍ୟାତ୍ମିକ ଯଜ୍ଞ ଅନୁଷ୍ଠାନ ଆୟୋଜିତ ହୁଏ !ଆଶ୍ରମର ଅନ୍ତେବାସୀ ମାନଙ୍କ ସ୍ନାନ ପାଇଁ ଘାଟ ନାହିଁ ମାତ୍ର ଲୁଗା ବଦଳେଇବା ପାଇଁ ସରକାରୀ ଗୃହ ତିଆରି ହୋଇଛି !ଅତି ବିପଦଶଂକୁଳ ଅବସ୍ଥାରେ ପଥର ସ୍ତର ଉପରେ ଚଳପ୍ରଚଳ ହେବାକୁ ପଡୁଛି !ଗୋମାତା ଆଦି ପ୍ରାଣୀଙ୍କ ନିମନ୍ତେ ଗୃହ ଅଛି କିନ୍ତୁ ଚାରିପାଖରେ ସୁରକ୍ଷା କାନ୍ଥ ନାହିଁ !ଆଶ୍ରମର ଉକ୍ତ ବାସ୍ତବିକତା କୁ ଉପଲବ୍ଧି କରି ଶ୍ରୀମତୀ ଆଚାର୍ଯ୍ୟ ପ୍ରଶାସନ କୁ ଏହାର ନିରାକରଣ ଓ ସ୍ଥାୟୀ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି !ଜଣେ ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ରାଜନୈତିକ ବ୍ୟକ୍ତି ହୁଅନ୍ତୁ, ଥରେ ମାତ୍ର ଆଶ୍ରମ ପରିଦର୍ଶନ ନକଲେ କେବେ ବି ଜାଣି ପାରିବେନି ଯେ ଶ୍ରୀୟା ଦେବୀ ଙ୍କ ଗୋମାତା ସେବା କିପରି ଚାଲିଛି ! କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଯେବେ ଆଶ୍ରମ ପରିସରରେ ଗୋଶାଳା ନିର୍ମାଣ ଓ ଗୋରୁଗାଈ ମାନଙ୍କୁ ସୁରକ୍ଷା ଦେବାର ଯୋଜନା ମାଧ୍ୟମରେ ଗୋଶାଳା ଟିଏ ନିର୍ମାଣ କରି ଦେଲେ ଗୋମାତା ମାନେ ସୁରକ୍ଷିତ ରହି ପାରନ୍ତେ ବୋଲି ଗୋପ୍ରେମୀ ମାନେ ମତ ଦେଇଛନ୍ତି !ଦେଖିବାକୁ ରହିଲା ଆଶ୍ରମର ଗୋମାତାଙ୍କ ପ୍ରତି ଦୃଷ୍ଟି ପଡୁଛି କାହାର ?
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




