Education

ନୂଆ -“ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ

 

ହରଭଙ୍ଗା- ୧୮-0୧-୨୦୨୪ (ଚିତ୍ତ ରଞ୍ଜନ ସିଂ)

ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ କଲେଜ ହରଭଙ୍ଗା ଠାରେ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁଦମ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ନୂଆ-“ଓ”ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ମାନୀତ ଅତିଥି ସତ୍ୟବାଦୀ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ ଶେଖର ମଙ୍ଗରାଜ ଯୋଗଦାନ କରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ପ୍ରାରମ୍ଭରୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ,ଧୂପ ଦୀପ ଅର୍ପଣ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅଧ୍ୟାପକ ଶ୍ରୀଯୁକ୍ତ ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେବା ସହିତ ଅଧ୍ୟାପକ ଶୀଯୁକ୍ତ ମନୋଜ କୁମାର ପ୍ରହରାଜ, ଲଳିତ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଅବଗତ କରାଇଥିଲେ।ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସସ୍ମିତା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁବାଷ ଚନ୍ଦ୍ର ସୁରିନ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Related Articles

Back to top button