Education

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ର ଆତ୍ମରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଉଦଘାଟିତ

 

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ର ଆତ୍ମରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଉଦଘାଟିତ – ଓଡ଼ିଶା ସରକାର ଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଥିବା +୨ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ଆଜି ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟାଳୟ ରେ ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପୂର୍ବତନ ଏନ୍.ସି.ସି ଅଧିକାରୀ କ୍ୟାପଟେନ୍ ଡ. ମହେନ୍ଦ୍ର ନାଥ ଦେବତା ଯୋଗ ଦେଇ ଛାତ୍ରୀ ମାନଙ୍କ ପାଇଁ ଏହି ତାଲିମ୍ ଅତ୍ୟନ୍ତ ଜରୁରୀ ବୋଲି ମତ ଦେବା ସହ ସମସ୍ତଙ୍କୁ ସାମିଲ ହେବାକୁ ଉତ୍ସାହିତ କରିଥିଲେ l ସଭାପତି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଛାତ୍ରୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରୋତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜକ ଯୁବ ରେଡ୍ କ୍ରସ୍ ସମ୍ପାଦକ ଅଧ୍ଯାପକ ଡ. ପ୍ରବୀର କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ l ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ବସନ୍ତି ପଧାନ ଓ ତାଲିମ ଦାତା ରୋଜାଲିନ ରାଜହଂସ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ l ସମୁଦାୟ ୧୨0 ଜଣ ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ତାଲିମ୍ ୮ ଦିନ ଧରି ଚାଲିବ l ଶେଷରେ ଅଧ୍ୟାପିକା କରିସ୍ମା ସେଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Related Articles

Back to top button