Religion

ତିର୍ତ୍ତୋଲ ବ୍ଲକରେ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ର ଉଦଯାପନୀ ସମାରୋହ

ତିର୍ତ୍ତୋଲ ::- ଶ୍ରୀକ୍ଷେତ୍ର ଧାମରେ ଚାଲିଛି ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ !ବିଗତ ସପ୍ତାହ ରେ ବହୁ ଚର୍ଚ୍ଚିତ ଅର୍ପଣ ରଥର ପଞ୍ଚାୟତ ସ୍ତରୀୟ ପରିକ୍ରମା ପରିସମାପ୍ତି ହୋଇଥିବା ସ୍ଥଳେ ରାଜ୍ୟର ସମସ୍ତ ଜିଲ୍ଲା ଓ ବିଭିନ୍ନ ବ୍ଲକରେ ମଧ୍ୟ ବହୁମୁଖୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଗନ୍ନାଥ ପ୍ରକଳ୍ପର ଉଦଯାପନ କରାଯାଇଛି !ଜଗତସିଂହପୁର ଜିଲ୍ଲାର ଆଠଗୋଟି ବ୍ଲକରେ ଜଗନ୍ନାଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ସଂସ୍କୃତି ସମ୍ପନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ! ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ତପନ କୁମାର ସେନାପତି, ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, କାଜଲ କୁମାର ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ସକ୍ରିୟ ସହଯୋଗ କରିଥିଲେ !ଅଧକ୍ଷ ମନୋଜ ବେହେରାଙ୍କ ଆମନ୍ତ୍ରଣ କ୍ରମେ ଚାରୋଟି ଜୋନ ର ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି,, ଅଙ୍ଗନବାଡି କର୍ମୀ,ଏସ.ଏଚ.ଜି ଗ୍ରୁପ,ସାମ୍ବାଦିକ ସଂଗଠନ ଗୁଡିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରାଇବାରେ ସହଯୋଗ କରିଥିଲେ ! ସକାଳ ୯ ଘଟିକାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସାହସ୍ରାଧିକ ଜନସାଧାରଣ ଯୋଗ ଦେଇଥିବା ବେଳେ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶାରଳା ମଣ୍ଡଳର ଶଙ୍ଖଧ୍ୱନି, ଘଣ୍ଟବାଦନ, ପାଲା ଗାୟିକା ବନଲତା ବେହେରା ଓ ଗାୟକ ମଞ୍ଜୁଳ ଶିଶିର କୁମାର ପଣ୍ଡା ଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପାଲାପରିବେଷଣ,

ଆର୍ଯ୍ୟଭକ୍ତି ଭଜନ ଗ୍ରୁପ ଦ୍ୱାରା ଭଜନ ପରିବେଷଣ,ନ୍ୟୁ କ୍ରିଏସନ ଡ୍ୟାନ୍ସ ଆଣ୍ଡ ଆକ୍ଟିଙ୍ଗ ସ୍କୁଲ ପିଲାଙ୍କ ଦ୍ୱାରା ଡ୍ୟାନ୍ସ ପରିବେଷଣ,ମହିଳା ସଂକୀର୍ତ୍ତନ,ଜଗନ୍ନାଥ ଙ୍କର ସୁନାମଧନ୍ୟ ପ୍ରବଚକ ତଥା ଗୀତିକାର ଶରଣାରବିନ୍ଦ ଓଝାଙ୍କ ଦ୍ୱାରା ପ୍ରବଚନ,ଅବଶେଷରେ ପ୍ରାର୍ଥନା ଚାନେଲ ର କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ ଉପସ୍ଥିତ ବ୍ୟକ୍ତି ଓ ବିଭିନ୍ନ ପ୍ରଶାସନିକ କାର୍ଯ୍ୟକର୍ତ୍ତା ଙ୍କୁ ବିମୋହିତ କରି ଥିବାର ଦେଖିବାକୁ ମିଳିଥିଲା ! ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଆମନ୍ତ୍ରିତ ଅତିଥି ଓ ସଂଗଠନ କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ ମନୋଜ କୁମାର ବେହେରା, ତପନ କୁମାର ସେନାପତି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button