State

କଣ୍ଟାମାଳରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ !

 

ଘଣ୍ଟାପଡ଼ା,୧୭।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର ଭଂଜନ ମଦନ ମୋହନ ପାତ୍ର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡିଓ ସାମି ଜୟଶ୍ରୀ ରେଡ୍ଡୀ , ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରି,ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ , ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସାମଲ , ସହକାରୀ ଯନ୍ତ୍ରୀ ରାଜକିଶୋର ମଲ୍ଲିକ , ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଅଜିତ କୁମାର ସେଠୀ ,ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ କୁମାର ସେଠୀ ,ଡବ୍ଲଇଓ ଜ୍ୟୋତି ରଂଜନ ବେହେରାଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଶିବିରରେ ମୋଟ ୬୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୫୬ଟି ବ୍ୟକ୍ତିଗତ ଓ ୮ଗୋଟି ସାମୁହିକ l ସେହିପରି ୪୫ଟି ବିଭିନ୍ନ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ୧୨ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଓ ଜଣଙ୍କୁ ହୁଇଲ ଚେୟାର ବଣ୍ଟନ କରାଯାଇଛି ।ଶ୍ରୀ ପାତ୍ର ଅନ୍ୟ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button