କଣ୍ଟାମାଳ ବ୍ଲକରେ ମିଶନ ଶକ୍ତି କାଫେ ଉଦଘାଟିତ


କଣ୍ଟାମାଳ, ୧୭/୧ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପରିସର ମଧ୍ୟରେ ମିଶନ ଶକ୍ତି କାଫେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ ଦାରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମିଶନଶକ୍ତି କାଫେର ଶୁଭ ଉଦଘାଟନ କରିଥିଲେ l ଅନ୍ୟ ସମ୍ମାନୀତ ଅତିଥିଭାବେ ଉପଜିଲ୍ଲାପାଳ ବୌଦ୍ଧ ରବୀନ୍ଦ୍ରନାଥ କହଁର, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ତହସିଲଦାର କଣ୍ଟାମାଳ ଶ୍ୱେତପଦ୍ମା ଯୋଶୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଲୋଚନ ପୃଷ୍ଟି, ବିଏଲଏଫ ସଭାପତି ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଲକ୍ଷ୍ୟରେ ରାଜ୍ୟରେ ମିଶନଶକ୍ତି ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ରାଜ୍ୟର ପ୍ରତି ବ୍ଲକରେ ମିଶନଶକ୍ତି କାଫେ ମାଧ୍ୟମରେ ମିଶନଶକ୍ତି ମହିଳାମାନଙ୍କ ପାଇଁ ଅର୍ଥ ଉପାର୍ଜନର ସୁଯୋଗ ସୃଷ୍ଟି କରିଛନ୍ତି l ବୌଦ୍ଧ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମିଶନଶକ୍ତି କାଫେ ସମ୍ପୂର୍ଣ୍ଣରୁପେ କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଆଜି କଣ୍ଟାମାଳ ସ୍ୱୟଂପ୍ରଭା ମହିଳା ମହାସଂଘ ସହାୟତାରେ ବ୍ଲକ ପରିସରରେ ଏହାର ଉଦଘାଟନ ହୋଇଛି l ସଂଘ ସଭାପତି ଇନ୍ଦୁଲତା ସାହୁ ସମେତ ଦଶଜଣ ମିଶନଶକ୍ତି ମହିଳାଙ୍କ ଦ୍ୱାରା ପରିଚାଳିତ ଏହି କାଫେ ରେ ଶୁଦ୍ଧ ଭୋଜନ,ଜଳଖିଆ,ସ୍ନାକ୍ସ, କଫି, ଚାଆ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ ବୋଲି ଡିପିସି ମିଶନଶକ୍ତି ଶ୍ରୀ ସେଠି ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିପିଏ ଅକ୍ଷୟ ପ୍ରଧାନ, ବିପିସି ବିଶ୍ଵଭୂଷଣ କହଁର,ବିପିଏ ସୁମନ୍ତ ପ୍ରଧାନ, ବିଏଲସି ବିନାୟକ ସେଠୀ ଓ ରାଧାରାଣୀ ନାୟକଙ୍କ ସମେତ ସିଆରପି, ଏମବିକେ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମିଶନ ଶକ୍ତି କାର୍ଯ୍ୟାଳୟର କର୍ମଚାରୀ, ସହିତ ବ୍ଳକ ସ୍ତରୀୟ ମହାସଂଘର ସମସ୍ତ ମହିଳା ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




