State

କନ୍ଧମାଳ ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

କନ୍ଧମାଳ:(ସମର୍ଥ ନ୍ୟୁଜ): ବରିଷ୍ଠ ନାଗରିକ ମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅବସରରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାର୍ତ୍ତାଗୁଡ଼ା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ଜିଲା ଜରୁରୀ କାଳୀନ ଅଧିକାରୀ ରଂଜନ କୁମାର ମାର୍ଥା, ଡ଼େପୁଟି କଲେକ୍ଟର ବିକ୍ରମ କେଶରୀ ନାୟକ, ବରିଷ୍ଠ ଡାକ୍ତର ଚିନାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ। କନ୍ଧମାଳ ଜିଲାର ବିଭିନ୍ନ ବ୍ଳକରୁ ୧୦୭ ଜଣ ତୀର୍ଥଯାତ୍ରୀ ଏହି ଯାତ୍ରରେ ସାମିଲ୍‌‌ ହୋଇଥିବା ବେଳେ ସେମାନେ ୬ ଦିନ ବ୍ୟାପି ବାରଣାସି, ପ୍ରୟାଗରାଜ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button