ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଜାତୀୟ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ କର୍ମଶାଳା


– ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଆଜି ଭୁବନେଶ୍ଵର ଠାରେ ଥିବା ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ ମହାକାଶ ବିଜ୍ଞାନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦାର୍ଥ ବିଜ୍ଞାନ ଉପରେ ଆଲୋଚନା କରିବା ସହ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଯୋଗ ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ଯାପକ ଡ. ପ୍ରବୀର କୁମାର ଦାସ । ଅତିଥି ପରିଚୟ ପ୍ରଦାନ କରିଥିଲେ ପଦାର୍ଥ ବିଜ୍ଞାନ ବିଭାଗ ର ବରିଷ୍ଠ ଅଧ୍ଯାପକ ବାଳଗୋପାଳ ମହାପାତ୍ର l ସମ୍ମାନିତ ବକ୍ତା ଭାବେ ପ୍ରତିଷ୍ଠାନ ର ପଦାର୍ଥ ବିଜ୍ଞାନୀ ଡ. କ୍ଷୀରୋଦ ଚନ୍ଦ୍ର ପାତ୍ର ଯୋଗଦାନ କରି ଆଣବିକ ବିଜ୍ଞାନ ରେ ଭାରତର ଇହିହାସ ସମ୍ବନ୍ଧରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରି ଆଲୋଚନା କରିଥିଲେ l ମୁଖ୍ୟ ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ ପ୍ରତିଷ୍ଠାନ ର ବରିଷ୍ଠ ମହାକାଶ ବିଜ୍ଞାନୀ ଅଜିତ ଶ୍ରୀବାସ୍ତବ l ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ୟ ଭଞ୍ଜନ ମଦନ ମୋହନ ପାତ୍ର ଯୋଗଦାନ କରି ସମସ୍ତଙ୍କର ପାଖରେ ବୈଜ୍ଞାନିକ ମନୋଭାବ ରହିବା ଆବଶ୍ୟକ ବୋଲି କହିଥିଲେ l ସମସ୍ତ ବିଜ୍ଞାନୀ ମାନଙ୍କୁ ଉତ୍ତରୀୟ ଏବଂ ବୁଦ୍ଧ ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ପ୍ରଶ୍ନ ଉତ୍ତର ପ୍ରତିଯୋଗିତାରେ ଦୁଇ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରତିଷ୍ଠାନ ତରଫରୁ ଟ୍ରଫି ପ୍ରଦାନ କରା ଯାଇଛି l ଶେଷରେ ଅଧ୍ୟାପକ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ଧ୍ୟା ସମୟରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ମହାକାଶ ବିଶେଷଜ୍ଞ ଡ. ଶ୍ରୀବାସ୍ତବ ଟେଲିସ୍କୋପ ମାଧ୍ୟମରେ ରାତ୍ରି କାଳୀନ ଆକାଶ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ କରିଥିଲେ l ଯେଉଁଥିରେ ଦୁଇଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଯୋଗ ଦେଇ ଚନ୍ଦ୍ର, ବୃହସ୍ପତି, ଶnନି ନେପଚୁନ ଇତ୍ୟାଦି ବହୁ ଗ୍ରହ ଓ ନକ୍ଷତ୍ର ସବୁ ଅବଲୋକନ କରିଥିଲେ, ଯାହା ବହୁ ଶିକ୍ଷଣୀୟ ହୋଇଥିଲା l ବୌଦ୍ଧ ସହରରେ ପ୍ରଥମ ଥର ପାଇଁ ଆୟୋଜିତ ଏଭଲି କାର୍ଯ୍ୟକ୍ରମ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ l





