Education

ବେଲଟିକିରି ଆଞ୍ଚଳିକ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ଉଦଘାଟିତ ।

ଆଜିଠାରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେ ଥିବା ବେଲଟିକିରି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମାସୁରକ୍ଷା ତାଲିମ ଶିବିର ଅଧକ୍ଷ୍ୟ ସୁରେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି l ଏହି ଶିବିର ୮ଦିନ ଧରି ଚାଲୁ ରହିବ l ଆଜିର ଏହି ଉଦଘାଟନ ଉତ୍ସବରେ ଆତ୍ମ ରକ୍ଷାଜିଲ୍ଲା କୌଶଳର ଜିଲ୍ଲା ସଂଯୋଜୋକ ଅକ୍ଷୟ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷାର ଆବଶ୍ୟକତା ଓ କାର୍ଯ୍ୟକାରିତା ଉପରେ ଉଦବୋଧନ ଦେଇଥିଲେ l ଏହି ତାଲିମ ଶିବିରରେ ମୋଟ 56ଜଣ ଛାତ୍ରୀ ଭାଗ ନେଇଥିବା ବେଳେ ଏହି ସଭାରେ ଅଧ୍ୟାପକ ବିକାଶ ଦାସ , ଅଧ୍ୟାପିକା ଲୋପାମୁଦ୍ରା ବେହେରା , ଅଧ୍ୟାପିକା ମନ୍ଦାକିନୀ ଦାସ, ସଂଯୋଜିକା ମୀରାଶ୍ରୀ ନନ୍ଦ ଓ ବରିଷ୍ଠ କିରାଣୀ ସୁଶାନ୍ତ ମିଶ୍ର ମଞ୍ଚାସିନ ଥିଲେ l ଏହି ଶିବିର କାର୍ଯ୍ୟକ୍ରମକୁ ସଂଯୋଜିକା ଓ ଅଧ୍ୟାପିକା ପରିଚାଳନା କରିଥିଲେ l ଉଦଘାଟନ ଉତ୍ସବରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Related Articles

Back to top button